ବାରଙ୍ଗ : ବିଦ୍ୟୁତ୍ ଆଘାତରେ ମହିଳା ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଚନ୍ଦକା ଥାନା ଅଧିନସ୍ଥ କୁଜିମହୁଲ ଗ୍ରାମର ୫୫ ବର୍ଷ ବୟସ୍କା ଖୀର ମାଝି ଆଜି ସକାଳ ୧୦ଟା ବେଳେ ଗ୍ରାମ ନିକଟରେ ଥିବା ଗହିରକୁ ଧାନ ବାଛିବା ପାଇଁ ଯାଇଥିଲେ । ଜଙ୍ଗଲୀ ବାରାହା ଧାନ ମୂଳ ଖାଇ ଦେବାରୁ ଧାନ ଗଛ ସୁରକ୍ଷା ପାଇଁ ବିଦୁତ ତାର ବିଛାଇ ଥିଲେ । ଖୀର ମାଝୀ ସେହି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇଥିଲେ । ପିସିଆର ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ମହିଳାଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଡାକ୍ତର ସେଠାରେ ମୃତ ଘୋଷଣା କରିଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0