spot_img

୨୦୨୦-୨୧ ଆର୍ଥିକ ବର୍ଷରେ ଭାରତର ଜିଡିପି ଅଭିବୃଦ୍ଧି ୯.୬ କମିବ: ବିଶ୍ୱ ବ୍ୟାଙ୍କ

ନୂଆଦିଲ୍ଲୀ : କରୋନା ମହାମାରୀ ଯୋଗୁଁ ବିଶ୍ୱ ଅର୍ଥନୀତିରେ ଗଭୀର ପ୍ରଭାବ ପଡିଛି । ଭାରତୀୟ ଅର୍ଥନୀତି ମଧ୍ୟ ଗଭୀର ଭାବେ ପ୍ରଭାବିତ ହୋଇଛି । ଚଳିତ ଆର୍ଥିକ ବର୍ଷ(୨୦୨୦-୨୧)ରେ ଭାରତର ଜିଡିପି ଅଭିବୃଦ୍ଧି ହାର ୯.୬ ପ୍ରତିଶତ ହ୍ରାସ ପାଇବ ବୋଲି ବିଶ୍ୱ ବ୍ୟାଙ୍କ ପୂର୍ବାନୁମାନ କରିଛି । ଏକ ରିପୋର୍ଟରେ ବିଶ୍ୱ ବ୍ୟାଙ୍କ କହିଛି ଯେ ଭାରତ ସମେତ ସମଗ୍ର ଦକ୍ଷିଣ ଏସିଆର ଅର୍ଥନୀତି ୭.୭ ପ୍ରତିଶତ ହ୍ରାସ ହୋଇଯିବ । ଭାରତରେ ମଧ୍ୟ ଜିଡିପି ୯.୬ ପ୍ରତିଶତ କମିବ । କିନ୍ତୁ ୨୦୨୧-୨୨ରେ ଭାରତୀୟ ଅର୍ଥନୀତି ପୁଣି ଥରେ ଅଭିବୃଦ୍ଧି ପଥକୁ ଫେରିବ ଓ ୫.୪ ପ୍ରତିଶତ ଜିଡିପି ଅଭିବୃଦ୍ଧି ହାସଲ କରିବ ବୋଲି ଆକଳନ କରାଯାଉଛି। ଚଳିତ ଆର୍ଥିକ ବର୍ଷରେ ଭାରତର ଡିଜିପି ଅଭିବୃଦ୍ଧି ଚିନ୍ତାଜନକ ଭାବେ ହ୍ରାସ ପାଇବ ବୋଲି ପୂର୍ବରୁ ମଧ୍ୟ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ରେଟିଂ ସଂସ୍ଥା ପୂର୍ବାନୁମାନ କରିଥିଲେ । ଇଣ୍ଡିଆ ରେଟିଂସ (ଇଣ୍ଡ-ରା) ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ ୨୦୨୦-୨୧ରେ ଭାରତୀୟ ଅର୍ଥନୀତି ୧୧.୮ ପ୍ରତିଶତ ହ୍ରାସ ପାଇବ ।
ବିଶ୍ୱ ବ୍ୟାଙ୍କର ମୁଖ୍ୟ ଅର୍ଥନୀତିଜ୍ଞ(ଦକ୍ଷିଣ ଏସିଆ) ହାନ୍ସ ଟିମର କହିଛନ୍ତି ଯେ ଭାରତରେ ସ୍ଥିତି ଆଶଙ୍କାଠାରୁ ଆହୁରି ଖରାପ ରହିଛି । କିନ୍ତୁ ଭାରତ ସରକାର ଅର୍ଥନୀତିରେ ଆବଶ୍ୟକ ସଂସ୍କାର ଆଣି ଏହି ସ୍ଥିତିକୁ ସୁଧାରି ପାରିବେ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular