ନୂଆଦିଲ୍ଲୀ : ଏମ.ରାଜେଶ୍ୱର ରାଓ ହେଲେ ଭାରତୀୟ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର । ସେ ଭାରତୀୟ ରିଜର୍ଭ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦେଶକ ଥିବା ବେଳେ ତାଙ୍କୁ ଗୁରୁବାର ନୂଆ ଡେପୁଟି ଗଭର୍ଣ୍ଣର ଭାବେ ନିଯୁକ୍ତି ଦିଆଯାଇଛି । ନିଯୁକ୍ତି ସମ୍ପର୍କିତ କ୍ୟାବିନେଟ କମିଟି ତାଙ୍କୁ ନିଯୁକ୍ତିକୁ ମଞ୍ଜୁରୀ ପ୍ରଦାନ କରିଛି । ୨୦୧୬ ନଭେମ୍ବରରେ ଶ୍ରୀ ରାଓଙ୍କୁ ରିଜର୍ଭ ବ୍ୟାଙ୍କର ଇଡି ଭାବେ ନିଯୁକ୍ତି ମିଳିଥିଲା। ତା’ ପୂର୍ବରୁ ସେ ରିଜର୍ଭ ବ୍ୟାଙ୍କର ଫାଇନାନ୍ସିଆଲ୍ ମାର୍କେଟ ଅପରେସନ ବିଭାଗର ସିଜିଏମ୍ ଭାବେ କାର୍ୟ୍ୟ କରୁଥିଲେ। ୧୯୮୪ରେ ସେ ରିଜର୍ଭ ବ୍ୟାଙ୍କରେ ଯୋଗ ଦେଇଥିଲେ।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0