ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ମଳିପଡ଼ା ଅଞ୍ଚଳରେ ଏକ ମାଈ ହାତୀର ମୃତ୍ୟୁ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ସୂଚନା ଅନୁଯାୟୀ, ଆଜି ସକାଳେ ମଳିପଡ଼ା- ଦଲକା ରାସ୍ତାକଡ଼ରେ ଏକ ମାଈ ହାତୀ ମରି ପଡ଼ିଥିବା ଲୋକେ ଦେଖିଥିଲେ। ସେମାନେ ଏ ସଂପର୍କରେ ବନ ବିଭାଗକୁ ଖବର ଦେଇଥିଲେ। ବନବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ହାତୀର କିପରି ମୃତ୍ୟୁ ହୋଇଛି ସେନେଇ ତଦନ୍ତ କରୁଛନ୍ତି। ମୃତ ମାଈ ହାତୀର ବୟସ ୧୫ରୁ ୧୮ ବର୍ଷ ହେବ ବୋଲି କୁହାଯାଉଛି। ଗତକିଛି ଦିନ ହେବ ଖୋର୍ଦ୍ଧା ଜିଲ୍ଲାରେ ୨୮ଟିକିଆ ହାତୀପଲଙ୍କ ପ୍ରାଦୁର୍ଭାବ ଯୋଗୁଁ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ଏହି ହାତୀପଲରେ ଉକ୍ତ ମାଈ ହାତୀଟି ଥିବାର ଅନୁମାନ କରାଯାଉଛି। ତେବେ ମାଈ ହାତୀର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0