ସମ୍ବଲପୁର : ଧନୁପାଲି ଥାନା ଅଞ୍ଚଳରେ ଫାଙ୍କା ଗୁଳିଚାଳନା ପରେ ପୋଲିସର ଧରପଗଡ ଜୋରଦାର । ପୂଜା ପାଇଁ ସ୍ପେସାଲ ଧରପଗଡ ଅଭିଯାନ ଆରମ୍ଭ କରିଛି ସମ୍ବଲପୁର ପୋଲିସ । ଡକାୟତି ଯୋଜନା କରୁଥିବା ବେଳେ ସମ୍ବଲପୁର ପୋଲିସ ୩ଟି ଗ୍ୟାଙ୍ଗର ୧୪ ଜଣକୁ ଗିରଫ କରିଛି ।
ଏମାନଙ୍କ ନାଁରେ ସମ୍ବଲପୁର ଟାଉନଥାନା, ଧନୁପାଲି ଥାନା, ଅଇଁଠାପାଲି ଥାନାରେ ୩ଟି ପୃଥକ ମାମଲା ରୁଜୁ ହୋଇଛି । ଏମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବାବେଳେ ଜାମିନ ନାମଂଜୁର ହେବାରୁ ଜେଲକୁ ପଠାଇ ଦିଆଯାଇଛି । ଏହା ସହ ଏହି ଅଭିଯୁକ୍ତମାନଙ୍କଠାରୁ ଭୁଜାଲି, ଛୁରୀ, ମାସ୍କ ଇତ୍ୟାଦି ଜବତ ହୋଇଛି । ସେପେଟେ ଫାଙ୍କା ଗୁଳିଚାଳନା ଘଟଣାର ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0