spot_img

ଆସନ୍ତା ୧୨ରୁ ଓଜେଇଇ ବିଟେକ୍‌ ଅନଲାଇନ୍‌ କାଉନସେଲିଂ

ଭୁବନେଶ୍ୱର : ଆସନ୍ତା ୧୨ ତାରିଖରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା-୨୦୨୦ର ଅନଲାଇନ୍‌ କାଉସେଲିଂ ବା ୱେବ୍‌ ବେସଡ୍‌ କାଉନସେଲିଂ ପ୍ରକ୍ରିୟା ଆରମ୍ଭ ହେବ । ରାଜ୍ୟରେ ଥିବା ଇଞ୍ଜିନିୟରିଂ ଓ ବୃତ୍ତିଗତ ଶିକ୍ଷାନୁଷ୍ଠାନ ଗୁଡିକରେ ବିଟେକ୍‌, ବି. ଆର୍କ ଓ ଇଣ୍ଟିଗ୍ରେଟେଡ୍‌ ଏମ୍‌ଏସ୍‌ସିରେ ନାମ ଲେଖିବା ପାଇଁ ଏହି ପ୍ରକ୍ରିୟା ଚାଲିବ ବୋଲି ଓଜେଇଇ ଅଧ୍ୟକ୍ଷ ପ୍ରଫେସର ସୁଦିପ କୁମାର ଚାନ୍ଦ ସୂଚନା ଦେଇଛନ୍ତି । ଏ ବାବଦରେ ବିସ୍ତୃତ ସୂଚନା ଓଜେଇଇର ୱେବସାଇଟ୍‌ରେ ଦିଆଯାଇଛି । ଛାତ୍ରଛାତ୍ରୀମାନେ କାଉନସେଲିଂର ସମ୍ପୂର୍ଣ୍ଣ ପ୍ରକ୍ରିୟା ଓ କେଉଁ ଶିକ୍ଷାନୁଷ୍ଠାନରେ କେତେ ସିଟ୍‌ ରହିବା ନେଇ ୱେବସାଇଟରୁ ଜାଣିପାରିବେ ବୋଲି ପ୍ରଫେସର ଚାନ୍ଦ କହିଛନ୍ତି । ଅନ୍ୟ ବିଭାଗଗୁଡ଼ିକର କାଉନସେଲିଂ ଆଗାମୀ ଦିନରେ ହେବ ବୋଲି ସୂଚନା ଦେଇଛନ୍ତି ।

ଅପରପକ୍ଷେ ବିଟେକ୍‌, ବି. ଆର୍କ ଓ ଇଣ୍ଟିଗ୍ରେଟେଡ୍‌ ଏମଏସସିରେ ନାମ ଲେଖିବା ପାଇଁ ମନୋନୀତ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କର ମେଡିକାଲ୍‌ ବୋର୍ଡ଼ ଆସନ୍ତା ୧୩ ଓ ୧୪ ତାରିଖରେ ଏସସିବି ମେଡିକାଲ୍‌ କଲେଜରେ ହେବ । ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନେ ଆଡମିଟ୍‌ କାର୍ଡ଼, ର‌୍ୟାଙ୍କ କାର୍ଡ଼ ଓ ଫଟୋ ପରିଚୟ ପତ୍ର ସହ ମେଡିକାଲ୍‌ ବୋର୍ଡ଼ରେ ହଜାର ହେବାକୁ କୁହାଯାଇଛି । ଦିବ୍ୟାଙ୍ଗ ବର୍ଗରେ ନାମ ଲେଖିବା ପାଇଁ ମେଡିକାଲ୍‌ ବୋର୍ଡ଼ର ନିଷ୍ପତ୍ତି ଚୂଡ଼ାନ୍ତ ବୋଲି ଓଜେଇଇ ଅଧ୍ୟକ୍ଷ କହିଛନ୍ତି । ସମସ୍ତ ପ୍ରକ୍ରିୟା କୋଭିଡ୍‌-୧୯ ଗାଇଡଲାଇନ୍‌ ପାଳନ କରି ହେବ ବୋଲି ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular