ଦୁର୍ଗାପୂଜା ଛୁଟି ପରେ ଖୋଲିପାରେ କଲେଜ । କଲେଜ ଖୋଲିବା ନିଷ୍ପତ୍ତି ରାଜ୍ୟ ସରକାର ନେବେ । ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ୱତ ମିଶ୍ରଙ୍କ ସୂଚନା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉଭୟ ସ୍କୁଲ ଓ କଲେଜ ବନ୍ଦ ରହିଛି । ଅନଲାଇନ ଜରିଆରେ ଶିକ୍ଷା ଗ୍ରହଣ କରୁଛନ୍ତି ଛାତ୍ରଛାତ୍ରୀ । ଏହାକୁ ନେଇ ଅନୁଧ୍ୟାନ କରିବାକୁ ଦଶଦିନ ତଳେ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ଟାସ୍କ ଫୋର୍ସ ଗଠନ କରାଯାଇଛି । ଏଥିରେ ସ୍କୁଲ ଓ ଗଣଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗ, ବୈଷୟିକ ଶିକ୍ଷା ବିଭାଗ ସାମିଲ ହୋଇଛନ୍ତି । ଅନୁଧ୍ୟାନ ପାଇଁ ଛଅଟି ସବ କମିଟି ଗଠନ କରାଯାଇଛି । ସେମାନେ ରିପୋର୍ଟ ଦେବା ପରେ ଏହାର ପ୍ରଚଳନ ନେଇ ନିଷ୍ପତ୍ତି ନିଆଯିବ । ଗତକାଲି ସ୍କୁଲ ଖୋଲିବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଥିବା ସୂଚନା ମିଳିଥିବା ବେଳେ ଆଜି କଲେଜ ଖୋଲିପାରେ ବୋଲି କହିଛନ୍ତି ଉଚ୍ଚଶିକ୍ଷା ବିଭାଗ ସଚିବ । ତେବେ କଲେଜ ଖୋଲିବା ନେଇ ସମସ୍ତ ନିଷ୍ପତ୍ତି ସରକାର ନେବେ ବୋଲି ଶାଶ୍ୱତ ମିଶ୍ର ସ୍ପଷ୍ଟ କରିଛନ୍ତି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0