spot_img

ଲିବ୍ୟାରୁ ୭ ଭାରତୀୟ ନାଗରିକଙ୍କୁ ଅପହରଣ

ନୂଆଦିଲ୍ଲୀ: ଲିବ୍ୟାରୁ ଭାରତ ଫେରିବା ବେଳେ ୭ ଭାରତୀୟଙ୍କୁ ଅପହରଣ କରାଯାଇଛି । ତେବେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଅନୁରାଗ ଶ୍ରୀବାସ୍ତବ ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଅପହୃତ ମାନେ ଆନ୍ଧ୍ରପ୍ରଦେଶ, ଗୁଜୁରାଟ, ବିହାର ଓ ଉତ୍ତରପ୍ରଦେଶର ବାସିନ୍ଦା ବୋଲି ସୂଚନା ମଳିଛି । ସେମାନେ ଲିବ୍ୟାରେ ଥିବା ବିଭିନ୍ନ ତେହଳ କମ୍ପାନୀ ଗୁଡ଼ିକରେ କାମ କରୁଥିଲେ । ବିମାନ ବନ୍ଦରକୁ ଆସିବା ବାଟରେ ସେମାନଙ୍କୁ ଆଶୱାରିଫ ନାମକ ସ୍ଥାନରୁ ଅପହରଣ କରାଯାଇଛି । ସୂଚନା ଅନୁସାରେ, ଲିବ୍ୟା ଦେଶର ପରିସ୍ଥିତିକୁ ଲକ୍ଷ କରି ୨୦୧୫ ମସିହାରେ ଏହି ଦେଶକୁ ନ ଯିବା ପାଇଁ ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷ ନିର୍ଦେଶ ଦେଇଥିଲା । ତେବେ ଅପହୃତ ମାନେ କେବେ ଲିବ୍ୟା ଯାଇଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଅନ୍ୟପଟେ ଭାରତୀୟ ସରକାର ଟ୍ୟୁନିସିଆ ଦୂତାବାସ, ଲିବ୍ୟା ସରକାର ଓ ଆନ୍ତର୍ଜାତିକ ସଂସ୍ଥା ସହ ଯୋଗାଯୋଗରେ ରହିଥିବାର ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular