ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନାରୁ ଜଣେ ନାବାଳିକା ଅପହରଣକାରୀ ଗିରଫ ଅଭିଯୁକ୍ତ ଫେରାର ଘଟଣାକୁ ବିତିଲାଣି ୭ଦିନ । ହେଲେ ଫେରାର ଅଭିଯୁକ୍ତକୁ ଏ ପର୍ଯ୍ୟନ୍ତ ପୋଲିସ ଧରିବାରେ ସକ୍ଷମ ହୋଇପାରିନାହିଁ। ଅନ୍ୟପଟେ କାର୍ଯ୍ୟରେ ଅବହେଳା କରିଥିବା ପୋଲିସ କର୍ମଚାରୀଙ୍କ ଉପରେ ମଧ୍ୟ ବିଭାଗ ତରଫରୁ କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ। ଏହାର ପ୍ରତିବାଦ କରିବା ସହ ଚାନ୍ଦବାଲି ଥାନା ଆଇ.ଆଇ.ସିଙ୍କ ନିଲମ୍ବନ ଦାବି କରି ଆଜି ବିଜେପି ତରଫରୁ ରାସ୍ତାରୋକ କରାଯାଇଛି। ଭଦ୍ରକ ଚାନ୍ଦବାଲି ରାଜ୍ୟ ରାଜପଥର ନାଲଗୁଣ୍ଡାଠାରେ ବିଜେପି ନେତା କାହ୍ନୁ ଚରଣ ବେହେରାଙ୍କ ନେତୃତ୍ବରେ ଶତାଧିକ ବିଜେପି କର୍ମୀ ସାମିଲ ହୋଇ ଟାୟାର ଜାଳି ପ୍ରତିବାଦ କରିବା ସହ ରାସ୍ତାରୋକ କରିଛନ୍ତି। ଯାହାଫଳରେ ଭଦ୍ରକରୁ ଚାନ୍ଦବାଲି ଓ ଚାନ୍ଦବାଲିରୁ ଭଦ୍ରକ ଅଭିମୁଖେ ଯାଉଥିବା ବସ୍ ତଥା ସମସ୍ତ ଗାଡି ରାସ୍ତାର ଉଭୟ ପାର୍ଶ୍ବରେ ଅଟକି ରହିଛି।



Visitors Today : 0
Total Visitors : 130423
Total Views : 9891953
Visitors Online Now : 0