ମୁମ୍ବାଇ: ରୋହନ ପ୍ରୀତଙ୍କୁ ନେହା କକ୍କଡ ପ୍ରଶଂସା କରି ପୁଣି ଏବେ ଚର୍ଚ୍ଚାରେ । କିଛି ଦିନ ପୂର୍ବରୁ ବଲିଉଡର ବହୁ ଚର୍ଚ୍ଚିତ କଣ୍ଠଶିଳ୍ୱୀ ନେହା କକ୍କଡ ଓ ରୋହନ ପ୍ରୀତଙ୍କ ବିବାହକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ତେବେ ‘ମୁଝସେ ସାଦୀ କରୋଗେ’ର ପ୍ରତିଯୋଗୀ ରୋହନପ୍ରୀତ ସିଂହ ସୋସିୟାଲ ମିଡ଼ିଆରେ ନିଜର ଫୋଟ ସେୟାର କରିଛନ୍ତି । ତା’ ସହ କ୍ୟା ହୋ ରାହା ହୈ? ଗୁଡ ମର୍ଣ୍ଣିଙ୍ଗ ବୋଲି ଲେଖିଛନ୍ତି । ଏହାର ଜବାବରେ ନେହା ‘ବେବି ତୁମ ବେଷ୍ଟ ହୋ’ ଲେଖି ଫୋଟରେ କମେଣ୍ଟ ଦେଇଛନ୍ତି । ଦୁହିଁଙ୍କର ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏ ସମ୍ପର୍କରେ ନେହା କକ୍କଡ କିମ୍ବା ରୋହନପ୍ରୀତ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0