ସାରଜା: ଚଳିତ ବର୍ଷ ଆଇପିଏଲ ସଂସ୍କରଣ-୧୩ର ଆଜି ୨୩ତମ ଦିନ । ଦିଲ୍ଲୀ କ୍ୟାପିଟାଲ୍ସକୁ ଆଜି ଭେଟିବ ରାଜସ୍ଥାନ ରୟାଲ୍ସ । ଶ୍ରେୟସ ଆୟାରଙ୍କ ନେତୃତ୍ୱାଧିନ ଦିଲ୍ଲୀ କ୍ୟାପିଟାଲ୍ସ ୫ଟି ମ୍ୟାଚରୁ ୪ଟି ମ୍ୟାଚ ଜିତି ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ରହିଛି । ତେବେ ଦିଲ୍ଲୀକୁ ରୋକିବା ଲକ୍ଷରେ ଆଜି ପଡିଆକୁ ଓହ୍ଲାଇଛି ରାଜସ୍ଥାନ ରୟାଲ୍ସ । ଅନ୍ୟପଟେ ଉଭୟ ଦଳ ଆଜି ନିଜର ଷଷ୍ଠ ମ୍ୟାଚ ଖେଳିବା ପାଇଁ ଯାଉଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ଟିମ ତା’ର ଚମକ୍ରାର ପ୍ରଦର୍ଶନ ବଳରେ ରୟାଲ୍ସ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ପୂର୍ବ ମ୍ୟାଚରେ ପରାସ୍ତ କରଥିଲା । ତେବେ ଏହି ମ୍ୟାଚରେ ପୃଥ୍ୱୀ ସ’ ଦମଦାର ବ୍ୟାଟିଂ କରି ଦଳକୁ ଏକ ବିଶାଳ ସ୍କୋର କରିବାରେ ସାହାଯ୍ୟ କରିଥିଲେ । ଅନ୍ୟପଟେ ଟିମର ବ୍ୟାଟିଂରେ ଅଷ୍ଟ୍ରେଲିଆ ଅଲରାଉଣ୍ଡର ମାର୍କୋସ ଷ୍ଟୋଇନିସ, ଋଷଭ ପନ୍ତ, ଶିଖର ଧାୱନ ଏବଂ ଅଧିନାୟକ ଶ୍ରେୟସ ଆୟାରଙ୍କ ଭଳି ବିସ୍ଫୋରକ ବ୍ୟାଟ୍ସମ୍ୟାନ ଦଳରେ ଅଛନ୍ତି । ସେହିପରି ବୋଲିଂ ବିଭାଗରେ ଦ୍ରୁତ ବୋଲର କାଗିସୋ ରାବାଡା ଚଳିତ ବର୍ଷ ଆଇପିଏଲରେ ସର୍ବାଧିକ ୱିକେଟ ନେଇଛନ୍ତି । ତେବେ ଆର. ଅଶ୍ୱିନ ଓ ଅକ୍ଷର ପଟେଲଙ୍କ ଭଳି ଚମକ୍ରାର ସ୍ଫିନର ଆଜି ଖେଳୁଛନ୍ତି । ଯାହାକି ଟିମର ଜିତିବା ଆଶାକୁ ଉଜ୍ଜ୍ୱଳ କରିଛି ।
#RajasthanRoyals will be keen to return to winning ways while #DelhiCapitals will target the top spot in the points table in Match 23 of the #Dream11IPL in Sharjah. #RRvDC
Preview by @ameyatilak https://t.co/l6erqxPYue pic.twitter.com/iFesZQ2fdj
— IndianPremierLeague (@IPL) October 9, 2020
ସେହିପରି ଷ୍ଟିଭ ସ୍ମିତଙ୍କ ନେତୃତ୍ୱାଧିନ ରାଜସ୍ଥାନ ରୟାଲ୍ସ ୫ଟି ମ୍ୟାଚରୁ କେବଳ ୨ଟି ମ୍ୟାଚ ଜିତି ପଏଣ୍ଟ ଟେବୁଲରେ ସପ୍ତମ ସ୍ଥାନରେ ରହିଛି । ତେବେ ଆଜିର ମ୍ୟାଚକୁ ଜିତି ନିଜ ସ୍ଥାନ ସୁଦୃଢ କରିବା ଲକ୍ଷରେ ପଡିଆକୁ ଓହ୍ଲାଇଛି ରାଜସ୍ଥାନ ରୟାଲ୍ସ । ଅନ୍ୟପଟେ ଟିମର ବ୍ୟାଟିଂରେ ଅଲରାଉଣ୍ଡର ରାହୁଲ ତିୱାତିଆ, ଜୋସ ବଟଲର, ରବିନ ଉଥପ୍ପା ଓ ଡେଭିଡ ମିଲରଙ୍କ ଭଳି ବିସ୍ଫୋରକ ବ୍ୟାଟ୍ସମ୍ୟାନ ଦଳରେ ଅଛନ୍ତି । ସେହିପରି ବୋଲିଂ ବିଭାଗରେ ଦ୍ରୁତ ବୋଲର ଜୟଦେବ ଉନାଦକତ ଓ ଜେଫ୍ରା ଆର୍ଚର ରହିଛନ୍ତି । ତେବେ ଗୋପାଲ ଓ ରାହୁଲ ତିୱାତିଆଙ୍କ ଭଳି ପ୍ରମୁଖ ସ୍ଫିନର ଆଜିର ମ୍ୟାଚ ଖେଳୁଛନ୍ତି । ଅନ୍ୟପଟେ ଦଳରେ ଷ୍ଟିଭ ସ୍ମିତ, ସଞ୍ଜୁୁ ସାମସନ ଓ ଜୋସ ବଟଲରଙ୍କ ଭଳି ବିସ୍ଫୋରକ ବ୍ୟାଟସମ୍ୟାନ ଆଜି ତାଙ୍କ ବ୍ୟାଟିଂର ଯାଦୁ ଦେଖାଇବେ ବୋଲି ଦର୍ଶକ ଆଶା ବାନ୍ଧିଛନ୍ତି । ଯାହାକି ଆଜିର ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ଏକ ବଡ଼ ସ୍କୋର କରିବାରେ ସହାୟକ ହେବ । ତେବେ ଯୁବ ଅଧିନାୟକ ଶେୟସ ଆୟାର ଓ ଅଧିନାୟକ ଷ୍ଟିଭ ସ୍ମିତଙ୍କ ମଧ୍ୟରେ ଆଜି କଡା ଟକ୍କର ହେବାକୁ ଯାଉଛି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0