spot_img

କୋଭିଡ ନିୟମ ଉଲ୍ଲଂଘନ ପାଇଁ କ୍ଷମା ମାଗିଲେ ବିଧାୟକ ଉମା ସାମନ୍ତରାୟ

ଭୁବନେଶ୍ୱର: କୋଭିଡ ନିୟମ ଉଲ୍ଲଂଘନ ମାମଲା । ନିଜ ଭୁଲ ପାଇଁ କ୍ଷମା ମାଗିଲେ ସତ୍ୟବାଦୀ ବିଜେଡି ବିଧାୟକ ଉମା ସାମନ୍ତରାୟ । କହିଲେ, ‘ମୁଁ କରିଥିବା ଭୁଲ୍ ପାଇଁ ସମସ୍ତଙ୍କ ପାଖରେ କ୍ଷମା ମାଗୁଛି । କରୋନା ସଂକ୍ରମିତ ହୋଇ ସ୍ୱର୍ଗଦ୍ୱାରରେ ପହଞ୍ଚିବା ମୋର ଭୁଲ ଥିଲା । ମହାରଥୀଙ୍କ ବିୟୋଗରେ ଭାବବିହ୍ୱଳ ହୋଇ ସ୍ୱର୍ଗଦ୍ୱାର ଯାଇଥିଲି । ସଂକ୍ରମିତ ଥାଇ ସ୍ୱର୍ଗଦ୍ୱାର ଯିବା ମୋ ପାଇଁ ସଂପୂର୍ଣ୍ଣ ଭୁଲ୍ ଥିଲା । ସରକାରଙ୍କ ଆଇନ ଉଦ୍ଧ୍ୱର୍ରେ କେହି ନୁହଁନ୍ତି । ଆଇନତଃ ମୋ ପ୍ରତି ଯେଉଁ ପଦକ୍ଷେପ ନିଆଯିବ ମୁଁ ମାନିବାକୁ ପ୍ରସ୍ତୁତ ଅଛି’ ବୋଲି କ୍ଷମା ମାଗି ଉମା ସାମନ୍ତରାୟ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular