ଭୁବନେଶ୍ୱର : ଭୁବନେଶ୍ୱରରୁ ନୂଆଦିଲ୍ଲୀକୁ ଆଉ ଦୁଇଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ରେଳ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ଭୁବନେଶ୍ୱର-ଆନନ୍ଦ ବିହାର ସାପ୍ତାହିକ ବିଶେଷ ଟ୍ରେନ ଅକ୍ଟୋବର ୧୭ରୁ ପ୍ରତି ଶନିବାର ଅପରାହ୍ଣ ୧୨ଟା ୪୫ରେ ଭୁବନେଶ୍ୱରରୁ ଛାଡ଼ିବ। ଏହା ତା’ ପର ଦିନ ରାତି ୮ଟା ୫୦ରେ ଆନନ୍ଦ ବିହାରରେ ପହଞ୍ଚିବ। ଫେରିବା ବାଟରେ ଆନନ୍ଦ ବିହାର-ଭୁବନେଶ୍ୱର ସାପ୍ତାହିକ ଟ୍ରେନ୍ ଅକ୍ଟୋବର ୧୯ରୁ ଆନନ୍ଦ ବିହାରରୁ ପ୍ରତି ସୋମବାର ସକାଳ ୭ଟା ୫ରେ ବାହାରି ତା’ ପରଦିନ ଅପରାହ୍ଣ ୪ଟା ୧୫ରେ ଭୁବନେଶ୍ୱରରେ ପହଞ୍ଚିବ। ଏହି ଟ୍ରେନରେ ଗୋଟିଏ ପ୍ରଥମ ଶ୍ରେଣୀ ଏସି, ଗୋଟିଏ ଏସି-୨ ଟାୟାର, ୫ଟି ଏସି-୩ ଟାୟାର, ଆଠଟି ସ୍ଲିପର କ୍ଲାସ, ଦୁଇଟି ଗାର୍ଡ ତଥା ଲଗେଜ୍ ଭ୍ୟାନ୍ ଉପଲବ୍ଧ ହେବ। ଏହା ଢେଙ୍କାନାଳ, ତାଳଚେର ରୋଡ୍, ଅନୁଗୁଳ, ରେଢ଼ାଖୋଲ, ସମ୍ବଲପୁର ସିଟି, ଝାରସୁଗୁଡ଼ା, ରାଉରକେଲା, ଚକ୍ରଧରପୁର, ମୁରି, ବୋକାରୋ ଷ୍ଟିଲ ସିଟି, ଚନ୍ଦ୍ରପୁରା, ଏନ୍ଏସ୍ସି ଗୋମୋ, କୋଦରମା, ଗୟା, ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଜଙ୍କସନ୍, ପ୍ରୟାଗରାଜ ଓ କାନପୁର ସେଣ୍ଟ୍ରାଲ୍ ଷ୍ଟେସନରେ ରହଣି କରିବ। ଭୁବନେଶ୍ୱର ଓ ନୂଆଦିଲ୍ଲୀ ସାପ୍ତାହିକ ଦୂରନ୍ତ ସ୍ବତନ୍ତ୍ର ଟ୍ରେନ୍ ଅକ୍ଟୋବର ୨୧ରୁ ଭୁବନେଶ୍ୱରରୁ ପ୍ରତି ବୁଧବାର ସକାଳ ୭ଟା ୪୦ରେ ଛାଡ଼ି ତା’ ପରଦିନ ସକାଳ ୬ଟା ୨୫ରେ ନୂଆଦିଲ୍ଲୀରେ ପହଞ୍ଚିବ। ଫେରିବା ମାର୍ଗରେ ନୂଆଦିଲ୍ଲୀ-ଭୁବନେଶ୍ୱର ସାପ୍ତାହିକ ଦୂରନ୍ତ ବିଶେଷ ଟ୍ରେନ୍ ୧୨ଟା ୫୫ରେ ବାହାରି ତା’ ପରଦିନ ପୂର୍ବାହ୍ନ ୧୧ଟା ୧୫ରେ ଭୁବନେଶ୍ୱରରେ ପହଞ୍ଚିବ। ଭୁବନେଶ୍ୱର-ନୂଆଦିଲ୍ଲୀ ମଧ୍ୟରେ ବାଲେଶ୍ୱର, ଆଦ୍ରା, ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଜଙ୍କସନ୍, କାନପୁର ସେଣ୍ଟ୍ରାଲ୍ ଷ୍ଟେସନଗୁଡ଼ିକରେ ରହଣି କରିବ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0