ଦୁବାଇ: ଚଳିତ ବର୍ଷ ଆଇପିଏଲ ସଂସ୍କରଣ-୧୩ର ଆଜି ୨୫ତମ ଦିନ । ଆଜି ଦୁଇଟି ମ୍ୟାଚ ଖେଳାଯିବାକୁ ଥିବାବେଳେ ପ୍ରଥମ ମ୍ୟାଚ ଦିନ ୩.୩୦ରେ ଆବୁଧାବିରେ ଖେଳାଯିବ । ପ୍ରଥମ ମ୍ୟାଚରେ କିଙ୍ଗସ ଏକାଦଶ ପଞ୍ଜାବ ବିପକ୍ଷରେ କଲିକତା ନାଇଟ ରାଇଡର୍ସ ପଡିଆକୁ ଓହ୍ଲାଇଛି । ଆଜି ଚଳିତ ଆଇପିଏଲରେ ପ୍ରଥମ ଥର ପାଇଁ ପଞ୍ଜାବ ଟିମରୁ ଖେଳିବାକୁ ଯାଉଛନ୍ତି କ୍ରିସ ଗେଲ । ସେପଟେ ସଂନ୍ଧ୍ୟା ୭.୩୦ରେ ଦୁବାଇରେ ଖେଳାଯିବ ଦ୍ୱିତୀୟ ମ୍ୟାଚ । ଏହି ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗସକୁ ରୟାଲ୍ସ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଭେଟିବ । ଦିନେଶ କାର୍ତ୍ତୀଙ୍କ ନେତୃତ୍ୱାଧିନ କଲିକତା ନାଇଟ ରାଇର୍ଡସ ଦଳରେ ଆଣ୍ଡ୍ରୁ ରସେଲ, ଶୁଭମାନ ଗିଲ ଓ ଇୟାନ ମୋର୍ଗାନଙ୍କ ଭଳି ବିସ୍ଫୋରକ ବ୍ୟାଟସମ୍ୟାନ ଦଳରେ ଅଛନ୍ତି । ସେହିପରି ଦ୍ରୁତ ବୋଲର ନାଗରକୋଟି ଓ ଶୁଭମ ମାଭି ପୂର୍ବ ମ୍ୟାଚରେ ଭଲ ପ୍ରଦର୍ଶନ କରିଥିଲେ । ତେବେ ଆଜିର ମ୍ୟାଚରେ କଲିକତା ଭଲ ପ୍ରଦର୍ଶନ କରିବ ବୋଲି ସମର୍ଥକ ମାନେ ଆଶା ବାନ୍ଧିଛନ୍ତି । ଅନ୍ୟପଟେ ପଏଣ୍ଟ ଟେବୁଲରେ ଶେଷରେ ଅଛି କେଏଲ ରାହୁଲଙ୍କ ନେତୃତ୍ୱାଧିନ କିଙ୍ଗସ ଏକାଦଶ ପଞ୍ଜାବ । ତେବେ ଆଜିର ମ୍ୟାଚକୁ ଜିତିବା ଲକ୍ଷରେ ପଡିଆକୁ ଓହ୍ଲାଇଛି କିଙ୍ଗସ ଏକାଦଶ । ଏହି ଦଳରେ କେଏଲ ରାହୁଲ, କରୁଣ ନାୟାର, ମୟଙ୍କ ଅଗ୍ରୱାଲ, ଗ୍ଲେନ ମ୍ୟାକ୍ସୱେଲ ଓ ନିକୋଲାସଙ୍କ ଭଳି ବିସ୍ଫୋରକ ବ୍ୟାଟସମ୍ୟାନ ଆଜିର ମ୍ୟାଚ ଖେଳୁଛନ୍ତି । ତେବେ ଆଜିର ମ୍ୟାଚ ଆଇପିଏଲ ଲଢେଇର ଅନ୍ୟତମ ଆକର୍ଷଣୀୟ ମ୍ୟାଚ ହେବାକୁ ଯାଉଛି ।

ସେହିପରି ଆଜିର ଦ୍ୱିତୀୟ ମ୍ୟାଚରେ ଧୋନୀଙ୍କ ନେତୃତ୍ୱାଧିନ ଚେନ୍ନାଇ ସୁପରକିଙ୍ଗସ ମ୍ୟାଚକୁ ଜିତିବା ଲକ୍ଷରେ ପଡିଆକୁ ଓହ୍ଲାଇଛି । ତେବେ ସିଏସକେ ଦଳରେ ଫ୍ଲାପ ଡ଼ୁପ୍ଲେସିସ, ସେନ ୱାଟସନ, ଅମ୍ବାତି ରାଇଡ଼ୁ, ରବିନ୍ଦ୍ର ଜାଡ଼େଜା ଓ କ୍ୟାପଟେନ ଧୋନିଙ୍କ ଭଳି ପ୍ରମୁଖ ବ୍ୟାଟସମ୍ୟାନ ଅଛନ୍ତି । ସେହିପରି ବୋଲିଂରେ ଲୁଙ୍ଗି ଏନଗିଡ଼ି, ରବିନ୍ଦ୍ର ଜାଡ଼େଜା ଏବଂ ଦୀପକ ଚହରଙ୍କ ଭଳି ଚମକ୍ରାର ବୋଲର ଆଜିର ମ୍ୟାଚ ଖେଳୁଛନ୍ତି । ଅନ୍ୟପଟେ ରୟାଲ୍ସ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟିମ ମଧ୍ୟ ଚମକ୍ରାର ଫର୍ମରେ ଅଛି । ଷ୍ଟାର ପ୍ଲେୟାର ଭାବେ ଦଳରେ ଏବି.ଡ଼ିଭିଲର୍ସ, ଆରୋନ ଫିଞ୍ଚଙ୍କ ଭଳି ବିସ୍ଫୋରକ ବ୍ୟାଟସମ୍ୟାନ ଅଛନ୍ତି । ସେହିପରି ବୋଲିଂ ବିଭାଗରେ ଡ଼େଲ ଷ୍ଟେନ, ଉମେଶ ୟାଦବ ଓ ନମଦ୍ୱୀପ ସାଇନିଙ୍କ ଭଳି ପ୍ରମୁଖ ବୋଲର ଅଛନ୍ତି । ତେବେ ଆଜିର ମ୍ୟାଚରେ ଉଭୟ ଦଳଙ୍କ ମଧ୍ୟରେ କଡା ଟକ୍କର ହେବାକୁ ଯାଉଛି ।



Visitors Today : 1
Total Visitors : 130167
Total Views : 9891612
Visitors Online Now : 0