spot_img

ନିଆଁରେ ପୋଡି ହୋଇ ମହିଳା ଗୁରୁତର

ବଡବିଲ କେନ୍ଦୁଝର ଜିଲ୍ଲା ଯୋଡା ଥାନା ହୁଡ଼ି ସାହିରେ ଅଘଟଣ । ନିଆଁରେ ପୋଡ଼ି ହୋଇ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି । ତେବେ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଲା ତାହା ସ୍ପଷ୍ଟ ଜଣାପଡିନାହିଁ ।  ଶୁକ୍ରବାର ସଂଧ୍ୟାରେ ପରିବାର ଲୋକେ ଗୁରୁତର ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରି ଯୋଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ।

ତେବେ ଅବସ୍ଥା ଭଲ ନଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ମହିଳାଙ୍କ ଶରୀରର ପ୍ରାୟ ୬୦ ଭାଗ ପୋଡ଼ିଯାଇଥିବା ଜଣାପଡ଼ିଛି । ଆହତ ମହିଳା ହେଉଛନ୍ତି ହୁଡ଼ି ସାହିରେ ରହୁଥିବା ମିଥୁନ ପାତ୍ରଙ୍କ ସ୍ତ୍ରୀ ବାସନ୍ତୀ ପାତ୍ର । ଏନେଇ ଯୋଡ଼ା ଥାନାରେ କୌଣସି ରିପୋର୍ଟ ହୋଇ ନଥିଲେ ସୁଦ୍ଧା ପୋଲିସ ସୂଚନା ପାଇବା ପରେ ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular