spot_img

ଭାରତ ବିରୋଧୀ ଷଡଯନ୍ତ୍ରକୁ ପର୍ଦାଫାଶ କଲା ଭାରତୀୟ ସେନା

ନୂଆଦିଲ୍ଲୀ: ପାକିସ୍ଥାନରୁ ଭାରତକୁ ଅସ୍ତ୍ରଶସ୍ତ୍ର ଚାଲଣର ଷଡଯନ୍ତ୍ରକୁ ପର୍ଦାଫାଶ କରିଛି ଭାରତୀୟ ସେନା । ତେବେ ସୀମାନ୍ତ କେରନ ସେକ୍ଟରରୁ ଆତଙ୍କବାଦୀଙ୍କ ଏହି ଷଡଯନ୍ତ୍ରର ଦୃଶ୍ୟ କ୍ୟାମେରାରେ ରେକର୍ଡ ହୋଇଯାଇଥିଲା । ଏହାର ଖବର ପାଇ ଭାରତୀୟ ସେନା ଚଢାଉ କରିବା ସହ ୪ଟି ଏକେ-୭୪ ରାଇଫଲ, ୮ଟି ପତ୍ରିକା ଏବଂ ୨୩୦ଟି ରାଇଫଲ ଜବତ କରିଛି । ସୂଚନା ଅନୁସାରେ, ୨ରୁ ୩ ଜଣ ଆତଙ୍କବାଦୀ କିଛି ସାମଗ୍ରୀ ଧରି କିଶନଗଙ୍ଗା ନଦୀ ନିକଟକୁ ପହଁଞ୍ଚôଥିଲେ । ନଦୀ କୂଳରୁ ଦଉଡି ସାହାଯ୍ୟରେ କିଛି ସାମଗ୍ରୀକୁ ବାନ୍ଧି ଭାରତକୁ ଅନୁପ୍ରବେଶ କରିବା ପାଇଁ ଉଦ୍ୟମ କରୁଥିଲେ । ତେବେ ସେମାନେ ପାକିସ୍ଥାନର ପିଓକେରୁ ଏପରି କରୁଥିବାର ସୂଚନା ମିଳିଛି । ଭାରତୀୟ ସେନା ଏହି ଖବର ପାଇବା ମାତ୍ରେ ବର୍ଡର ପେଟ୍ରୋଲିଂ ଟିମ ଚଢାଉ କରିଥିଲା । ତେବେ ଭାରତୀୟ ସେନାକୁ ଦେଖି ଆତଙ୍କବାଦୀ ମାନେ ଖସି ପଲାଇଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular