ଜୟପୁର: ରାଜସ୍ଥାନ କଂଗ୍ରେସ ଅଧ୍ୟକ୍ଷ ତଥା ଉପମୁଖ୍ୟମନ୍ତ୍ରୀ ସଚିନ୍ ପାଇଲଟ ଏବଂ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ମଧ୍ୟରେ ମତାନ୍ତର ହେବା ପରେ ରାଜନୈତିକ ବିବାଦ ଜୋର ଧରିଛି । ତେବେ ପ୍ରଥମେ ଶ୍ରୀ ପାଇଲଟ କଂଗ୍ରେସ ଛାଡ଼ି ପଦ୍ମରେ ଯୋଗଦେବେ ବୋଲି ଚର୍ଚ୍ଚା ଜୋର ଧରିଥିଲା । ତେବେ ଗତକାଲି ସେ କଂଗ୍ରେସ ଛାଡ଼ିଥିଲେ ମଧ୍ୟ ବିେଜେପିରେ ସାମିଲ ହେବେନିି ବୋଲି ସ୍ପଷ୍ଟ କରିବାପରେ ତାଙ୍କର ଆଗାମୀ ମୁଭ୍କୁ ନେଇ ରାଜନୀତି ସରଗରମ ଜୋର ରହିଛି । ତେବେ ସେ ଏକ ନୂତନ ଦଳ ଗଢ଼ିବେ ବୋଲି ସୂଚନା ମିଳିଛି ।

ରାଜସ୍ଥାନରେ ଶାସନରେ ଥିବା କଂଗ୍ରେସ ଦଳରେ ଆଭ୍ୟନ୍ତରୀଣ କନ୍ଦଳ ପାଇଁ ପାଇଲଟ୍ ରବିବାର ଦଳ ବିରୋଧୀ ହୋଇଥିଲେ । ସେ ଅସନ୍ତୁଷ୍ଟ ହୋଇ ସରକାର ବିରୋଧରେ ମୋର୍ଚ୍ଚା ଖୋଲିଥିଲେ । ଏହାପରେ ରାଜସ୍ଥାନର ରାଜନୀତି ମଧ୍ୟପ୍ରଦେଶ ରାଜନୀତି ପାଲଟିବ ବୋଲି ଚର୍ଚ୍ଚା ଜୋର ଧରିଥିଲା । ରାଜସ୍ଥାନରେ କଂଗ୍ରେସ ଗାଦି ଟଳମଳ ହେଉଥିଲା । ଏହାସହ ମୁଖ୍ୟମନ୍ତ୍ରୀ ଗେହଲଟ ବିଜେପି ଟଙ୍କା ଦେଇ କଂଗ୍ରେସ ପ୍ରତିନିଧିଙ୍କୁ ଆୟତ୍ତ କରୁଥିବା ଆରୋପ ଲଗାଇଥିଲେ । ତେବେ ଶ୍ରୀ ପାଇଲଟଙ୍କ ଦଳ ଛାଡ଼ିବା ଗେହଲଟ ସରକାରଙ୍କ ପତନ ପାଇଁ ଏହା ଏକ ବଡ଼ ପଦକ୍ଷେପ ହୋଇପାରେ ବୋଲି ଆଲୋଚନା ହେଉଛି ।

ଅପରପକ୍ଷରେ ଶ୍ରୀ ପାଇଲଟ୍ଙ୍କ ସହ ୩୦ରୁ ଅଧିକ ବିଧାୟକ ଥିବା ସେ ଦାବି କରିଛନ୍ତି । ତାଙ୍କ ସମର୍ଥନରେ ବିଧାୟକମାନେ ଇସ୍ତାଫା ଦେଲେ ଗେହଲଟଙ୍କ ସରକାର ଅଳ୍ପମତକୁ ଖସି ଆସିବ ବୋଲି ପୂର୍ବ ଆକଳନ କରାଯାଉଥିଲା । କିନ୍ତୁ ଏସଂପର୍କରେ କଂଗ୍ରେସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ପାଇଲଟ ଅନେକ ସର୍ତ୍ତ ରଖିଥିଲେ । ଯାହାକୁ ଦଳ ସମ୍ମତି ପ୍ରଦାନ କରିଥିଲା । କିନ୍ତୁ ପରେ ସେ ଦଳ ବିରୋଧରେ ଯାଇଥିଲେ । ରାଜସ୍ଥାନରେ ଥିବା ୨୦୦ ବିଧାୟକ ସିଟ୍ ମଧ୍ୟରୁ ୧୦୯ବିଧାୟକ କଂଗ୍ରେସ ପକ୍ଷରେ ଅଛନ୍ତି ପାଇଲଟଙ୍କ ପକ୍ଷରେ କେବଳ ୧୬ଟି ସିଟ୍ ରହିଥାଇପାରେ ।
ଏହା ମଧ୍ୟରେ ମୁଖ୍ୟମନ୍ତ୍ରୀ ଗେହଲଟ୍ ବିଧାୟକ ଦଳ ବୈଠକ କରିଛନ୍ତି । ବିଧାୟକ ମାନଙ୍କ ସହ ସମନ୍ୱୟ ରକ୍ଷା ପାଇଁ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି । କଂଗ୍ରେସ ଦଳ ବୈଠକରେ ହୋଇଥିବା ଆଲୋଚନାକୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଏଥିରେ ପାଇଲଟଙ୍କ ସମର୍ଥକ ଥିବା ୪ ବିଧାୟକ ଯୋଗ ଦେଇଥିଲେ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0