ଭୂବନେଶ୍ୱର୧୩/୦୭: ବିଳମ୍ବରେ ଅଫିସ ଆସିଲେ ସରକାରୀ ଗାଡି ପ୍ରତ୍ୟାହାର ହେବ । ବରିଷ୍ଠ ଅଧିକାରୀଙ୍କ ପାଇଁ ଏହି ଆଭିମୁଖ୍ୟ ଆପଣେଇଛି ଉଚ୍ଚଶିକ୍ଷା ବିଭାଗ । ଏନେଇ ବରିଷ୍ଠ ଅଧିକାରୀଙ୍କୁ କଡା ତାଗିଦ କରିଛନ୍ତି ଉଚ୍ଚଶିକ୍ଷା ବିଭାଗର ସଚିବ । ବିଭାଗୀୟ ଅଧିକାରୀଙ୍କୁ ସରକାର ଗାଡି ଯୋଗାଇ ଦିଆଯିବା ସତ୍ତ୍ୱେଅଧିକାରୀମାନେ ସକାଳ ୧୦ଟା ସୁଦ୍ଧା ଅଫିସରେ ପହଞ୍ଚି ପାରୁନାହାନ୍ତି । ବିଳମ୍ବରେ ଆସୁଥିବାରୁ ଉଚ୍ଚଶିକ୍ଷା ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି । ବିଭାଗୀୟ ଅଧିକାରୀଙ୍କୁ ଠିକ ସମୟରେ ଅଫିସ ଆସିବାକୁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ଶିକ୍ଷା ସଚିବ । ସଚିବଙ୍କ ଏହି ନିର୍ଦ୍ଦେଶନାମା ଅଗଷ୍ଟ ପହିଲାରୁ ଲାଗୁହେବ । ଯଦି ଅଧିକାରୀମାନେ ବିଳମ୍ବରେ କାର୍ୟ୍ୟାଳୟକୁ ଆସନ୍ତି, ତେବେ ସେମାନଙ୍କ ଠାରୁ ଗାଡି ପ୍ରତ୍ୟାହାର କରିନିଆଯିବ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0