ଭୁବନେଶ୍ୱର : ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀରେ ଜନଶୁଣାଣି କରିଛନ୍ତି। କୋଭିଡ୍ ଆଇନ୍ ଉଲ୍ଲଙ୍ଘନ ଅଭିଯୋଗରେ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଅଫିସ ସିଲ୍ କରିଥିବାରୁ ସାଂସଦ ଷଡଙ୍ଗୀ ଆଜିଠାରୁ ତାଙ୍କ ସଂସଦୀୟ କ୍ଷେତ୍ରର ବିଭିନ୍ନ ଅଞ୍ଚଳ ଗସ୍ତ କରି ଲୋକଙ୍କ ସହ ଆଲୋଚନା କରୁଛନ୍ତି। ସେମାନଙ୍କ ସମସ୍ୟା ବୁଝୁଛନ୍ତି ଅପରାଜିତା। ଅଫିସ ସିଲ୍ ହୋଇଥିବାରୁ ୧୫ ଦିନ ପର୍ଯ୍ୟନ୍ତ ସେ ଅଫିସ ଆଗରେ ବସି ଲୋକଙ୍କ ପାଇଁ କାମ କରିବେ। ଆଜି ମୁଖ୍ୟମନ୍ତ୍ରୀଙ୍କୁ ୮ଟି ପ୍ରଶ୍ନ ସମ୍ବଳିତ ଚିଠି ଲେଖିଛନ୍ତି ଭୁବନେଶ୍ୱର ସାଂସଦ । ସେହିପରି କୋଭିଡ ଉଲ୍ଲଂଘନ ନେଇ କିଛି ଫଟୋ ଓ ଭିଡିଓ ମଧ୍ୟ ପଠାଇଛନ୍ତି।
ସେ କହିଛନ୍ତି ଯେ, ଅଫିସ ସିଲ ଯୋଗୁଁ ଆସନ୍ତା ୧୫ ଦିନ ରାସ୍ତା ଉପରେ କାର୍ଯ୍ୟ କରିବି। ମୋ’ ଭିତରେ କ୍ରୋଧ ନାହିଁ। କାହା ପ୍ରତି ନକରାତ୍ମକ ଭାବନା ନାହିଁ। ବିକାଶ ପ୍ରକ୍ରିୟା ଜାରି ରହିଛି। ଆଗକୁ ତ୍ୱରାନ୍ୱିତ କରାଯିବ। କାର୍ଯ୍ୟାଳୟ ବନ୍ଦ ଥିବାରୁ ଏଣିକି ୩ଟି ସ୍ଥାନରେ କାର୍ଯ୍ୟକ୍ରମ କରାଯିବ। ରାଜରାସ୍ତା, ମୋ କାର୍ଯ୍ୟାଳୟ ବାହାର ଓ ମୋ ଘର ବାହାରେ ବିକାଶ କାର୍ଯ୍ୟ କରାଯିବ। ରାଜରାସ୍ତାରେ କାର୍ଯ୍ୟାଳୟ କରିବାକୁ ପଡ଼ୁଥିବାରୁ ମୁଁ ମର୍ମାହତ ଓ ଦୁଃଖିତ ବୋଲି ଅପରାଜିତା କହିଛନ୍ତି।



Visitors Today : 2
Total Visitors : 130428
Total Views : 9891959
Visitors Online Now : 0