ଆତଙ୍କୀ ଫଣ୍ଡିଂକୁ ନେଇ ପାକିସ୍ତାନକୁ ବଡ ଝଟକା । ଚୀନର ଭରପୁର ପ୍ରୟାସ ସତ୍ୱେ ଫାଇନାନସିଆଲ ଆକ୍ସନ ଟାସ୍କଫୋର୍ସ,ଏଫ୍.ଏ.ଟି.ଏଫ୍ ର ଏସିଆ ପାସିଫିକ୍ ଗ୍ରୁପ୍, ଏପିଜି ପୁଣି ପାକିସ୍ତାନକୁୁ ଏନହାନ୍ସ ଫଲୋ-ଅପ୍ ବର୍ଗରେ ରଖିଛି । ଆତଙ୍କବାଦୀ ସଂଗଠନଗୁଡିକୁ ଆର୍ଥିିକ ସହାୟତା ଏବଂ ସହଯୋଗ ବନ୍ଦ କରିବାରେ ପାକିସ୍ତାନ ବିଫଳ ହୋଇଥିବା କହିଛି ଏପିଜି । ଫାଇନାନସିଆଲ ଆକ୍ସନ ଟାସ୍କଫୋସ ପକ୍ଷରୁ ଇମ୍ରାନ ଖାନ ସରକାରଙ୍କୁ ଯେଉଁ ୪୦ଟି ପ୍ରସ୍ତାବ ଦିଆଯାଇଥିଲା ସେଥିରୁ ମାତ୍ର ଦୁଇଟିକୁ କାର୍ଯ୍ୟକାରୀ କରିଛନ୍ତି ପାକିସ୍ତାନ ସରକାର । ତେଣୁ ପୂର୍ବଭଳିି ପାକିସ୍ତାନ ଗ୍ରେ ବର୍ଗରେ ହିଁ ରହିବା ନିଶ୍ଚିତ ହୋଇଛି । ଏଣିକି ପାକିସ୍ତାନ ବ୍ଲାକ ଲିଷ୍ଟ ହେବାର ଆଶଙ୍କା ବଢିଲା ।..



Visitors Today : 3
Total Visitors : 130169
Total Views : 9891615
Visitors Online Now : 0