spot_img

ପୂର୍ବତନ ଭାରତୀୟ ଫୁଟବଲ ଦଳର ଅଧିନାୟକ କାର୍ଲଟନଙ୍କ ପରଲୋକ

ମୁମ୍ବାଇ: ଭାରତୀୟ ଦଳର ପୂର୍ବତନ ଫୁଟବଲ ଅଧିନାୟକ କାର୍ଲଟନ ଚୈପମୈନଙ୍କ ହୃତଘାତ ଯୋଗୁଁ ମୃତୁ୍ୟ ଘଟିଛି । ମୃତ୍ୟୁ ସମୟରେ ତାଙ୍କୁ ୪୯ ବର୍ଷ ହୋଇଥିଲା । କାର୍ଲଟନ ରବିବାର ରାତିରେ ଅସୁସ୍ଥ ହୋଇ ବାଙ୍ଗାଲୋରର ଏକ ଘରୋଇ ହସ୍ଫିଟାଲରେ ଭର୍ତ୍ତୀ ହୋଇଥିଲେ । ତେବେ ଆଜି ସେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ପରିବାରବର୍ଗ ଠାରୁ ତାଙ୍କର ମୃତ୍ୟୁ ଖବର ପାଇ ସାରା ଫୁଟବଲ ପ୍ରେମୀଙ୍କ ମଧ୍ୟରେ ଶକର ଛାୟା ଖେଳି ଉଠିଥିଲା । ସୂଚନା ଅନୁସାରେ, କାର୍ଲଟନ ୧୯୯୫ ମସିହାରୁ ୨୦୦୧ ପର୍ଯ୍ୟନ୍ତ ଭାରତୀୟ ଦଳରେ ଖେଳିଥିଲେ ।

ତାଙ୍କ ନେତୃତ୍ୱରେ ଭାରତୀୟ ଦଳ ୧୯୯୭ ମସିହାରେ ସୈପ କପ ମଧ୍ୟ ଜିତିପାରିଥିଲା । ତେବେ କାର୍ଲଟନ ଜେସିଟିରେ ନିଜର ଚମକ୍ରାର ପ୍ରଦର୍ଶନ ବଳରେ ଭାରତୀୟ ଦଳରେ ସାମିଲ ହୋଇଥିବାର ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular