ଭୁବନେଶ୍ୱର : ରାଜ୍ୟର ବିଭିନ୍ନ କଲେଜରେ ଥିବା ବି.ଟେକ, ବି.ଆର୍କିଟେକ ଓ ଇଣ୍ଟିଗ୍ରେଟେଡ ଏମ.ଏସସି ପାଠ୍ୟକ୍ରମରେ ନାମଲେଖା ଲାଗି ସୋମବାରଠାରୁ କାଉନସେଲିଂ ଆରମ୍ଭ ହେବ। ସୋମବାର ଅପରାହ୍ନ ୫ଟାରୁ ୧୯ ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ ସହ ଚଏସ ଫିଲିଂ କରିପାରିବେ। ୨୮ ତାରିଖ ଅପରାହ୍ନ ୫ଟାରେ ପ୍ରଥମ ପର୍ଯ୍ୟାୟ ସିଟ୍ ଆଲଟମେଣ୍ଟ କରାଯିବ। ଅକ୍ଟୋବର ୨୯ରୁ ନଭେମ୍ବର ପହିଲା ମଧ୍ୟରେ ଛାତ୍ରଛାତ୍ରୀ ଅନଲାଇନ ରିପୋର୍ଟିଂ ସହ ଫି’ ପେମେଣ୍ଟ/ଡକ୍ୟୁମେଣ୍ଟ ଆପଲୋଡ କରିପାରିବେ। ଅକ୍ଟୋବର ୩୦ରୁ ନଭେମ୍ବର ୩ ମଧ୍ୟରେ ଛାତ୍ରଛାତ୍ରୀ ସିଟ୍ ଆଲଟମେଣ୍ଟ ପ୍ରକ୍ରିୟାରୁ ଓହରି ପାରିବେ ବୋଲି ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି।



Visitors Today : 3
Total Visitors : 130429
Total Views : 9891960
Visitors Online Now : 0