ରାଜଗାଙ୍ଗପୁର: ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ସହରରେ ଏକ ନକଲି ସସ୍ ତଆରି କାରଖାନା ଠାବ କରାଯାଇଛି। ଏହି ମାମଲାରେ ପୁଲିସ୍ ଜଣଙ୍କୁ ଗିରଫ କରିଥିବା ଜଣାଯାଇଛି। ସୂଚନା ଅନୁଯାୟୀ, ରାଜଗାଙ୍ଗପୁରର ୱାର୍ଡ ନଂ୧ର କୁମ୍ଭାରପଡ଼ାରେ ଏକ ନକଲି ସସ୍ ତିଆରି କାରଖାନା ଉପରେ ପୁଲିସ ଚଢଉ କରି ବିପୁଳ ପରିମାଣର ନକଲି ସସ୍ ସହିତ ଏହାର ପ୍ରସ୍ତୁତିରେ ବ୍ୟବହୃତ ସାମଗ୍ରୀକୁ ଜବତ କରିଛି। କୁମ୍ଭାରପଡ଼ାରେ ଦୀର୍ଘ ଦିନ ହେବ ବେଆଇନ ଭାବରେ ଚାଲିଥିବା ଏକ ନକଲି ଅନମୋଲ ସସ୍ ତିଆରି କାରଖାନା ଉପରେ ଚଢଉ କରିଥିଲେ। ପୁଲିସ ସେଠାରୁ ପ୍ୟାକିଙ୍ଗ ହୋଇ ଗଚ୍ଛିତ ଥିବା ୬୫୧ଟି ବୋତଲ ନକଲି ଟମାଟୋ, ଚିଲି ଓ ସୋୟାବିନ ସସ୍ ଜବତ କରିଥିଲେ । ଏହାଛଡ଼ା ଏହି ସସ୍ ପ୍ରସ୍ତୁତିରେ ବ୍ୟବହୃତ ହେଉଥିବା ଗୋଟିଏ ମିକ୍ସଚର ଗ୍ରାଇଣ୍ଡିଙ୍ଗ ମେସିନ, ୪ ଟି ବଡ଼ ହଣ୍ଡା ଏବଂ ବହୁ ପରିମାଣର ଅନମୋଲ କମ୍ପାନି ଲେବୁଲ ଜବତ କରାଯାଇଛି । ଏହି ଚଢଉରେ ନକଲି ସସ୍ ତିଆରି କାରଖାନାର ମାଲିକ ଅନୀଲ କୁମାର ଦାସଙ୍କୁ ଗିରଫ କରିଛି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0