ମୁମ୍ବାଇ: ଖୁବ ଶୀଘ୍ର ବଡ଼ ପରଦାରେ ରିଲିଜ ହେବାକୁ ଯାଉଛି କବିର ଖାନଙ୍କ ନିଦେ୍ର୍ଦଶିତ ଫିଲ୍କ ୮୩ । ଫିଲ୍ମଟି କ୍ରିକେଟର କପିଲଦେବଙ୍କ ଜିବନି ଉପରେ ଆଧାରିତ । ସିନେମାରେ ଲିଡ଼ କ୍ୟାରେକ୍ଟର ଭାବେ ନଜର ଆସିବେ ରଣବିର ସିଂ ଓ ଦୀପିକା ପାଦୁକୋନ ।

୧୯୮୩ରେ ଭାରତୀୟ କ୍ରିକେଟ ଟିମ ଜିତିଥିବା ବିଶ୍ୱକପ ଉପରେ ମଧ୍ୟ ଏହା ଆଧାରିତ । ଫିଲ୍କରେ କପିଲ ଦେବଙ୍କ ଭୂମିକାରେ ନଜର ଆସିବେ ବଲିଉଡ଼ର ଚର୍ଚ୍ଚିତ ଷ୍ଟାର ରଣବିର ସିଂ ଏବଂ କପିଲ ଦେବଙ୍କ ପତ୍ନି ଚରିତ୍ରରେ ନଜର ଆସିବେ ବଲିଉଡ଼ର ଚର୍ଚ୍ଚିତ ଅଭିନେତ୍ରୀ ଦୀପିକା ପାଦୁକୋନ ।

ରିଲିୟାନ୍ସ ଏଣ୍ଟରଟେନମେଣ୍ଟ ଦ୍ୱାରା ନିର୍ମିତ ଫିଲ୍କଟିରେ କବିର ଖାନ ନିଦେ୍ର୍ଦଶନା ଦେଇଛନ୍ତି । ଫିଲ୍ମଟି ଖ୍ରୀଷ୍ଟମାସରେ ରିଲିଜ ହେବ ବୋଲି ରିଲିୟାନ୍ସ ଏଣ୍ଟରଟେନମେଣ୍ଟର ସିଇଓ ଶିବାଶିଷ ସରକାର କହିଛନ୍ତି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0