spot_img

ପୁଣି ଫେରିଲେ ହାତୀ ପଲ

ଢେଙ୍କାନାଳ ଢେଙ୍କାନାଳ ଜିଲ୍ଲା ଓଡ଼ପଡା ବ୍ଲକ ଅନ୍ତର୍ଗତ ଗାଇଲୋ ଅଞ୍ଚଳରେ ହାତୀ ଉପଦ୍ରବ ଥମିବାରେ ନାଁ ଧରୁନି । ଗତ କିଛି ଦିନ ହେଲା ଏହି ହାତୀ ଉପଦ୍ରବ କମିଥିବା ବେଳେ ପୁଣି ଏକ ହାତୀ ପଲ ଏହି ଅଞ୍ଚଳକୁ ଫେରିଛନ୍ତି । ଏହି ହାତୀ ପଲରେ ଛୁଆ ଓ ବଡ ମିଶି ୫୦ରୁ ଉର୍ଦ୍ଧ୍ବ ହାତୀ ରହିଛନ୍ତି ।

ଏହି ହାତୀ ପଲ ସକାଳ ଓ ସନ୍ଧ୍ୟା ସମୟରେ ଗାଇଲୋ ଓ କାଉଁରିଆପାଳ ଛକଠାରେ ୫୫ନମ୍ବର ଜାତୀୟ ରାଜପଥ ଉପରକୁ ପଳାଇ ଆସୁଛନ୍ତି । ଫଳରେ ରାଜପଥରେ ସାଧାରଣ ଯାତାୟତ ବାଧାପ୍ରାପ୍ତ ହେଉଛି । ଅପରପକ୍ଷରେ ହାତୀମାନଙ୍କ ଯୋଗୁଁ ଗାଇଲୋ, ମହାଦୀଆ, ଗୁଣଦେଈ, କାଉଁରିଆପାଳ, ରସସିଂହ ଆଦି ଗ୍ରାମବାସୀମାନେ ଭୟରେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି । ଏ ସମ୍ପର୍କରେ ବନ ବିଭାଗ ସଜାଗ ରହି ଏହି ହାତୀପଲଙ୍କୁ ଅନ୍ୟତ୍ର ଘଉଡ଼ାଇ ସ୍ଥାନୀୟ ଲୋକମାନଙ୍କୁ ସୁରକ୍ଷା ଦେବାକୁ ଦାବି ହେଉଛି ।

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular