spot_img

ଭାରତୀୟ ସେନାଙ୍କୁ ମିଳିଲା ଆଉ ଏକ ବଡ ସଫଳତା

ଶ୍ରୀନଗର: ଜାମ୍ମୁ-କାଶ୍ମୀର ଠାରେ ଭାରତୀୟ ସେନା ପକ୍ଷରୁ ଅଲଆଉଟ ଅପରେସନ ଆତଙ୍ଗବାଦୀଙ୍କ ପାଇଁ ମହଙ୍ଗା ପଡିଛି । ଇତି ମଧ୍ୟରେ ଆଜି ସୁରକ୍ଷାବଳଙ୍କ ସହ ଗୁଳି ବିନିମୟରେ ଶ୍ରୀନଗରରେ ଦୁଇ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ତେବେ ଏଥିରେ ଟପ କମାଣ୍ଡର ସୈଫୁଲ୍ଲାହ ଦନୟାଲୀ ମଧ୍ୟ ଥିବାର ସୂଚନା ମିଳିଛି । ଅନ୍ୟପଟେ ଜାମ୍ମୁକାଶ୍ମୀର ଡିଜିପି ଦିଲବାଗ ସିଂହଙ୍କ କହିବା ଅନୁସାରେ, ଗତ ପାଞ୍ଚ ଦିନରେ ୧୦ ଆତଙ୍କବାଦୀ ନିହତ ହୋଇଛନ୍ତି ଏବଂ ଜଣେ ଆତ୍ମସମର୍ପଣ କରିଛି । ତେବେ ପ୍ରାଣ ହରାଇଥିବା ଆତଙ୍କବାଦୀଙ୍କ ମଧ୍ୟରେ ଲସ୍କର ଏ ତୋଇବାର ଟପ କମାଣ୍ଡର ସୈଫୁଲାହ ସାମିଲ ଥିଲେ । ତିନୋଟି ବଡ ବଡ଼ ଆକ୍ରମଣରେ ସେ ସାମିଲ ହୋଇଥଲେ । ଏଥିରେ ସିଆରପିଏଫର ୩ ଯବାନ ସହିଦ ହୋଇଥିଲେ । ଡିଜିପି କହିଛନ୍ତି ଚଳିତ ବର୍ଷ ୭୫ଟି ସଫଳ ଅପରେସନରେ ୧୮୦ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଏହା ବ୍ୟତୀତ ୧୩୮ ଆତଙ୍କବାଦୀ ଏବଂ ସେମାନଙ୍କର ସହଯୋଗୀ ଧରା ପଡିଥିବାର ସେ ସ୍ଫଷ୍ଟ କରିଛନ୍ତି । ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular