ଭୁବନେଶ୍ୱର : ସତ୍ୟନଗର ଶ୍ମଶାନରେ ବଢ଼ୁଛି ଶବ ସଂଖ୍ୟା। କୋଭିଡ୍ ଜନିତ ମୃତ୍ୟୁ ସଂଖ୍ୟା ବଢ଼ୁଥିବାରୁ ଶବ ସଂସ୍କାର ପାଇଁ ରାଜଧାନୀ ଭୁବନେଶ୍ୱରରେ ବିକଳ୍ପ ବ୍ୟବସ୍ଥାର ଯୋଜନା କରାଯାଉଛି। ଏଥିପାଇଁ ରାଜଧାନୀରେ ଆଉ ଦୁଇଟି ମଶାଣି ବ୍ୟବସ୍ଥା କରାଯିବ ବୋଲି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଛନ୍ତି। ତେଣୁ ରାଜଧାନୀରେ ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ ହେବ ଆଉ ୨ ଟି ଶ୍ମଶାନ। ସତ୍ୟନଗର ଶ୍ମଶାନ ଉପରେ ଅଧିକ ଚାପ ପଡୁଥିବାରୁ ବ୍ୟବସ୍ଥା କରାଯାଉଛି। ବିଶେଷ କରି
କୋଭିଡ଼ କାରଣରୁ ସତ୍ୟନଗରରେ ସଂସ୍କାର ସଂଖ୍ୟା ବଢ଼ିଛି। ଅନ୍ୟ ଜିଲ୍ଲା ପାଇଁ ସ୍ୱର୍ଗଦ୍ୱାର ବନ୍ଦ ଥିବାରୁ ସତ୍ୟନଗର ଉପରେ ଅଧିକ ଚାପ ପଡୁଛି। ସେ ଦୃଷ୍ଟିରୁ ଭୁବନେଶ୍ୱରରେ ଆଉ ୨ଟି ଶ୍ମଶାନ କରାଯାଉଛି।
ପଟିଆ ଏବଂ ଖଣ୍ଡଗିରି ଅଞ୍ଚଳରେ ୨ଟି ନୂଆ ଶ୍ମଶାନ କରାଯାଉଛି। ପଟିଆରେ ଗ୍ୟାସ୍ ଜରିଆରେ ଶବ ସଂସ୍କାର ବ୍ୟବସ୍ଥା କରାଯାଉଛି। ଖଣ୍ଡଗିରିରେ ବିଦ୍ୟୁତ୍ ଚାଳିତ ଶବଦାହ ବ୍ୟବସ୍ଥା କରାଯାଉଛି। ଶ୍ମଶାନ କାର୍ଯ୍ୟ ସାରିବାକୁ ଦେଢ଼ମାସ ଲାଗିବ କାମ ଆରମ୍ଭ ହୋଇଛି ବୋଲି ବିଏମସି କମିଶନର କହିଛନ୍ତି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0