ମୁମ୍ବାଇ: ଆଜି ପୂର୍ବାହ୍ନରେ ମୁମ୍ବାଇରେ ଏକ ବଡ ଧରଣର ବିଦ୍ୟୁତ ବିଭ୍ରାଟ ଦେଖାଯାଇଥିଲା । ଦୀର୍ଘ ୨ ଘଣ୍ଟାର ଅକାଳ କରିଶ୍ରମ ପରେ ଏବେ ମୁମ୍ବାଇରେ ବିଦ୍ୟୁତ ଯୋଗାଣ ସ୍ୱାଭାବିକ ହୋଇଛି । ତେବେ ବାନ୍ଦ୍ରା, କୋଲାବା,ଠାଣେ ଓ ନଭି ମୁମ୍ବଇର ବିସ୍ତୃତ ଅଞ୍ଚଳକୁ ବିଦ୍ୟୁତ ଯୋଗାଣ ପ୍ରଭାବିତ ହୋଇଥିଲା । ବିଦ୍ୟୁତ ସେବା ବ୍ୟାହତ ହେବା ସହ, ଲୋକାଲ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଥିଲା । ସୂଚନାଅନୁସାରେ ମୁମ୍ବାଇ ମହାନଗରରେ ଗ୍ରୀଡ୍ ଫେଲ ହୋଇ ସହରରେ ବିଦ୍ୟୁତ୍ ଯୋଗାଣରେ ବାଧା ସୃଷ୍ଟି କରିଥିଲା । ବିଦ୍ୟୁତ୍ କଟିଯିବା ହେତୁ ସ୍ଥାନୀୟ ଟ୍ରେନ୍ ସେବା ମଧ୍ୟ ପ୍ରଭାବିତ ହୋଇଥିଲା। ଅନ୍ୟପକ୍ଷରେ, ମୁମ୍ବାଇ ଟାଉନସିପରେ ବିଦ୍ୟୁତ୍ ଯୋଗାଣ ଦାୟିତ୍ଵରେ ଥିବା କମ୍ପାନୀ ୱେଷ୍ଟ କହିଛି ଯେ, ସହରକୁ ବିଦ୍ୟୁତ୍ ଯୋଗାଣ କରୁଥିବା ପ୍ଲାଣ୍ଟଗୁଡିକର ଗ୍ରୀଡ୍ ଫେଲ ହୋଇଛି। ଏହି କାରଣରୁ ସହରର ପୂର୍ବ, ପଶ୍ଚିମ, ଉପନଗର ତଥା ଥାନେ ସହରର କିଛି ଅଂଶରେ ବିଦ୍ୟୁତ ସେବା ବ୍ୟାହତ ହୋଇଛି। ଏହି କାରଣରୁ ଲୋକମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନ୍ୟପଟେ ମହାରାଷ୍ଟ୍ର ସରକାର ମୁମ୍ବାଇରେ ଦେଖାଦେଇଥିବା ବଡ଼ ଧରଣର ବିଜୁଳି ବିଭ୍ରାଟର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେବା ସହ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏକ ଜରୁରୀ ବୈଠକ ଡାକିଛନ୍ତି ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0