ମୁମ୍ବାଇ: ଭାରତରେ ବହୁ ଚର୍ଚ୍ଚତ ପାରଲେଜି ବିସ୍କୁଟ କମ୍ପାନୀ ତା’ର ଆଡଭର୍ଟାଇଜ ଖର୍ଚ୍ଚ ହ୍ରାସ କରିବାର ଏକ ବଡ ନିଷ୍ଫତି ନେଇଛି । କିଛି ଟେଲିଭିଜନ ଚାନେଲ ଲାଗି କମ୍ପାନୀ ମିଡିଆ ଆଡଭର୍ଟାଇଜ୍ ଖର୍ଚ୍ଚ ହ୍ରାସ କରିବେ ବୋଲି ଘୋଷଣା କରିଛନ୍ତି। ପାର୍ଲେର ଏହି ନିଷ୍ପତ୍ତି ଜଣାପଡିବା ପରେ ସୋସିଆଲ ମିଡିଆରେ ଏହାକୁ ଏବେ ଉଚ୍ଚ ପ୍ରଶଂସା କରାଯାଉଛି।ଟେଲିଭିଜନ ରେଟିଂ ପଏଣ୍ଟ ଅନିୟମିତତା ଜଣାପଡିବା ପରେ ଏବେ ଅନେକ କମ୍ପାନୀ ଏଭଳି ସଂସ୍ଥାଙ୍କୁ ଆଉ ବିଜ୍ଞାପନ ନଦେବାକୁ ମନସ୍ଥ କରିଛନ୍ତି । ବଜାଜ ଅଟୋ ମାଲିକ ରାଜୀବ ବଜାଜ ଏପରି ଚାନେଲଙ୍କୁ ବ୍ଲାକଲିଷ୍ଟ କରିବାକୁ ବିଚାର କରୁଥିବା କହିଥିବା ବେଳେ ପାର୍ଲେ ଖର୍ଚ୍ଚ କାଟ୍ ଚିନ୍ତା କରିଛନ୍ତି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0