ସାନଖେମୁଣ୍ଡି : ନାବାଳିକା ପ୍ରେମିକାଙ୍କୁ ଅପହରଣ ପରେ ବାରମ୍ବାର ଦୁଷ୍କର୍ମ ! ଥାନାର ଦ୍ବାରସ୍ଥ ହେଲେ ପୀଡିତା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଏକ ଗାଁରେ । ବିବାହର ପ୍ରଲୋଭନ ଦେଖାଇ ନାବାଳିକାଙ୍କ ସହ ଶାରିରୀକ ସଂପର୍କ । ପରେ ଅପହରଣ କରି ନେଇ ସ୍ତ୍ରୀର ପରିଚୟ ଦେଇ ରଖିଲେ । ପରେ ନାବାଳିକାଙ୍କୁ ଛାଡି ଯୁବକ ଜଣଙ୍କ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ପୀଡିତାଙ୍କ ଅଭିଯୋଗ କ୍ରମେ ଥାନା ମାମଲା ନଂ. ୨୩୩/୨୦ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ମୋକଦ୍ଦମା ରୁଜୁ କରାଯାଇଛି ।



Visitors Today : 1
Total Visitors : 130176
Total Views : 9891623
Visitors Online Now : 0