spot_img

ଗାଧୋଉଥିବା ବେଳେ ଯୁବକଙ୍କୁ ଟାଣି ନେଲା କୁମ୍ଭୀର

କେନ୍ଦ୍ରାପଡ଼ା : ଗୋବରୀ ନଈରେ ଗାଧୋଉଥିବା ବେଳେ ଜଣେ ଯୁବକଙ୍କୁ କୁମ୍ଭୀର ଟାଣି ନେଇଛି। ଆଜି ଏଭଳି ଏକ ଅଭାବନୀୟ ଘଟଣା ପଟ୍ଟାମୁଣ୍ତାଇ ବ୍ଲକ ଡିହାପଡ଼ା ପଞ୍ଚାୟତ କୁପୁଣୀ ପୋଲ ତଳେ ଦେଖିବାକୁ ମିଳିଛି। ନିଖୋଜ ଯୁବକ ଜଣକ ହେଉଛନ୍ତି କୁପୁଣି ଗାଁର ଶିବାନନ୍ଦ ସେନାପତି। ସୂଚନାନୁଯାୟୀ, ଶିବାନନ୍ଦ ନଈକୁ ଗାଧେଇବାକୁ ଯାଇଥିଲେ। ମଝି ନଈରେ ହଠାତ୍ ବୁଡ଼ି ଯାଇଥିଲେ। ଗାଧୋଉଥିବା ଅନ୍ୟ ଲୋକମାନେ ଏହା ଦେଖିବା ପରେ ଏକ ହୁଲି ଡଙ୍ଗାରେ ଯାଇ ଶିବାନନ୍ଦଙ୍କୁ ଖୋଜାଖୋଜି କରିଥିଲେ। ହେଲେ ସେଠାରେ ଏକ କୁମ୍ଭୀର ଭାସୁଥିବା ଦେଖିବାକୁ ପାଇଥିଲେ। ଶିବଶଙ୍କରଙ୍କ କୌଣସି ପତ୍ତା ମିଳିନବାରୁ କେନ୍ଦ୍ରାପଡ଼ା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିଥିଲେ । ନିଖୋଜ ଶିବାନନ୍ଦଙ୍କ କୌଣସି ପତ୍ତା ମିଳିନାହିଁ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular