ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ଯୁକ୍ତ ୩ କଲେଜର ପ୍ରଥମ ପର୍ଯ୍ୟାୟ ନାମଲେଖା ଅବଧିକୁ ବୃଦ୍ଧି କରାଯାଇଛି । ଯେଉଁମାନେ ପ୍ରଥମ ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ହୋଇ ନାମ ଲେଖାଇପାରି ନାହାଁନ୍ତି , ସେମାନେ ଅନଲାଇନ ମାଧ୍ୟମରେ ନାମ ଲେଖାଇ ପାରିବେ । ଛାତ୍ରଛାତ୍ରୀ ମାନେ ୧୬ ତାରିଖ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଅନଲାଇନରେ ନାମଲେଖା ଫି ଦାଖଲ କରିବା ସହ ୧୭ ତାରିଖ ଅପରାହ୍ନ ୨ ସୁଦ୍ଧା ନାମଲେଖା ପାଇଁ ଆବେଦନ କରିପାରିବେ । ୧୭ ତାରିଖ ସଂନ୍ଧ୍ୟା ୬ଟାରେ ପ୍ରଥମ ପର୍ଯ୍ୟାୟ ନାମଲେଖା ସମ୍ପର୍କିତ ତଥ୍ୟ ଇ-ସ୍ପେସରେ ଅପଲୋଡ଼ କରାଯିବ ।
ସେହିପରି ଭାବେ ଅକ୍ଟୋବର ୨୨ରେ ଦ୍ୱିତୀୟ ପର୍ଯ୍ୟାୟ ମେରିଟ ଲିଷ୍ଟ ପ୍ରକାଶ ପାଇବ । ଏହି ଦିନଠାରୁ ୨୯ ତାରିଖ ଅପରାହ୍ନ ୫ଟା ମଧ୍ୟରେ ଛାତ୍ରଛାତ୍ରୀ ଫି’ ଦାଖଲ କରିପାରିବେ। ଅକ୍ଟୋବର ୨୭ରୁ ନଭେମ୍ବର ୩ ପର୍ଯ୍ୟନ୍ତ ନାମଲେଖା ହେବ ଏବଂ ସିଟ୍ ସମ୍ପର୍କିତ ତଥ୍ୟ ଇ-ସ୍ପେସରେ ଉପଲବ୍ଧ ହେବ । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।



Visitors Today : 1
Total Visitors : 130176
Total Views : 9891623
Visitors Online Now : 0