ବାଲେଶ୍ୱର: ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ସବସୋନିକ କ୍ରୁଜ କ୍ଷେପଣାସ୍ତ୍ର ‘ନିର୍ଭୟ’ର ପରୀକ୍ଷଣ ବିଫଳ ହୋଇଛି। ଭାରତୀୟ ପ୍ରତିରକ୍ଷା ଏବଂ ଗବେଷଣା ବିକାଶ ପ୍ରତିଷ୍ଠାନ (ଡିଆରଡିଓ) ପକ୍ଷରୁ କୁହାଯାଇଛି ଯେ, କାହିଁକି ବିଫଳ ହୋଇଛି ସେ ସମ୍ପର୍କରେ ଅନୁସନ୍ଧାନ କରାଯାଉଛି। ଚୀନ ଏବଂ ପାକିସ୍ତାନ ପଟୁ ବଢୁଥିବା ବିପଦକୁ ଲକ୍ଷ୍ୟ କରି ଭାରତ ଏକ ଦୂର ଲକ୍ଷ୍ୟଭେଦୀ କ୍ଷମତା ବିଶିଷ୍ଟ କ୍ଷେପଣାସ୍ତ୍ର ତିଆରି କରିବାକୁ ନିଷ୍ପତ୍ତି ନେଇଥିଲା। ମାତ୍ର ମିଜାଇଲ କଣ୍ଟ୍ରୋଲ ରେଜିମ ଯୋଗୁଁ ଏଭଳି କ୍ଷେପଣାସ୍ତ୍ର ବିକାଶ କରିବାକୁ ଅନ୍ୟ ଦେଶର ସହଯୋଗ ମିଳିପାରିନଥିଲା। ଡିଆରଡିଓ ଏକାକୀ ‘ନିର୍ଭୟ’ ସବସୋନିକ କ୍ରୁଜ୍ କ୍ଷେପଣାସ୍ତ୍ର ବିକଶିତ କରିଛି। ତେବେ, ବିଫଳତା ପରେ ପୁଣିଥରେ ପରୀକ୍ଷଣ କରାଯିବ ବୋଲି ଜଣାପଡ଼ିଛି।



Visitors Today : 1
Total Visitors : 130427
Total Views : 9891958
Visitors Online Now : 0