ନୂଆଦିଲ୍ଲୀ: ଆମେରିକାର କରୋନା ଭାକ୍ସିନ ଉତ୍ପାଦନକୁ ପୁଣି ଏକ ଝଟକା । ଭାକ୍ସିନ ପ୍ରସ୍ତୁତ କରୁଥିବା ଜନସନ ଆଣ୍ଡ୍ ଜନସନ କମ୍ପାନୀର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲକୁ ବନ୍ଦ କରିବାକୁ ପଡିଛି । ଏହି ଟ୍ରାଏଲରେ ସାମିଲ ହୋଇଥିବା ବ୍ୟକ୍ତିଙ୍କ ଶରୀରରେ କିଛି ଅଜଣା ରୋଗ ଦେଖା ଦେବାରୁ ସାମୟିକ ଭାବେ ଟ୍ରାଏଲ ବନ୍ଦ କରାଯାଇଛି । ତୃତୀୟ ପର୍ଯ୍ୟାୟ ଟ୍ରାଏଲରେ ୬୦ ହଜାର ଭଲ୍ୟୁଂଟିୟରଙ୍କୁ ଟିକା ଦେବା ପାଇଁ ଯୋଜନା କରିଛି ଜନସନ ଆଣ୍ଡ୍ ଜନସନ କମ୍ପାନୀ । ତେବେ ସଂପୃକ୍ତ ବ୍ୟକ୍ତିଙ୍କଠାରେ କାହିଁକି ଏପରି ପ୍ରତିକ୍ରିୟା ଦେଖା ଦେଲା ତାର ଯାଂଚ କରିବାକୁ କମ୍ପାନୀ ପକ୍ଷରୁ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯାଇଛି । ଜନସନ ଆଣ୍ଡ୍ ଜନସନ କମ୍ପାନୀ ପକ୍ଷରୁ ତିଆରି ହୋଇଥିବା କରୋନା ଭାକ୍ସିନର କ୍ଲିନିକାଲ ଟ୍ରାଏଲ ଆମେରିକା ସହ ଦକ୍ଷିଣ ଆଫ୍ରିକା, ଆର୍ଜେଂଟିନା, ବ୍ରାଜିଲ, ଚିଲି, କଲମ୍ବିୟା, ମେକ୍ସିକୋ ଏବଂ ପେରୁରେ ଚାଲିଛି । କମ୍ପାନୀର କହିବା କଥା ଥରଟେ ଏହି ଟିକା ନେଲେ ଶରୀରରେ ଇମୁ୍ୟନିଟି ପାୱାର ବିକଶିତ ହୋଇଯିବ ।



Visitors Today : 2
Total Visitors : 130212
Total Views : 9891682
Visitors Online Now : 0