ବାଲେଶ୍ଵର : ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ନିକଟ ସୋଲପଟା ଅଞ୍ଚଳରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ ହୋଇଛି । ମଦ ଜବତ ଜବତ କରିବାକୁ ଯାଇ ଆକ୍ରମଣର ଶିକାର ହେଲା ବସ୍ତା ପୋଲିସ । ଚଢାଉ ବେଳେ ଦୁଇ ଅଭିଯୁକ୍ତକୁ ଗିରଫ କରିବା ସହ ବିପୁଳ ପରିମାଣର ବିଦେଶୀ ମଦ ଜବତ ହୋଇଛି । ଉପନିର୍ବାଚନ ପାଇଁ ନିର୍ବାଚନ ଆଚରଣବିଧି ଲାଗୁ ହେବା ପରେ ପୋଲିସ ପକ୍ଷରୁ ସୋମବାର ବିଳମ୍ବିତ ରାତିରେ ସୋଲପଟା ଅଞ୍ଚଳରେ ଚଢାଉ କରାଯାଇଥିଲା । ମଦବେପାରୀଙ୍କ ଉପରେ ଚଢ଼ାଉ କରିଥିବା ବେଳେ, ବେପାରୀ ଜଣକ କିଛି ମଦୁଆଙ୍କୁ ନେଇ ପୋଲିସ ଉପରେ ଆକ୍ରମଣ କରିଥିଲେ । ଏଥିରେ ଦୁଇଜଣ କନେଷ୍ଟବଳ ଆହତ ହୋଇଛନ୍ତି ।
ପୋଲିସ ଦୁଇ ବେପାରୀଙ୍କୁ ଗିରଫ କରିବା ସହ ୧୦୦ ଲିଟରରୁ ଉର୍ଦ୍ଧ୍ବ ବିଦେଶୀ ମଦ ଜବତ କରିଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ମହେନ୍ଦ୍ର ମହାନ୍ତଙ୍କ ଦୁଇ ପୁଅ ୨୫ ବର୍ଷ ବୟସ୍କ ମୋହନା ମହାନ୍ତ ଏବଂ ୩୭ ବର୍ଷ ବୟସ୍କ ମନୋରଞ୍ଜନ ମହାନ୍ତ ।



Visitors Today : 1
Total Visitors : 130211
Total Views : 9891679
Visitors Online Now : 0