ଯାଜପୁର: ପୁନରାବୃତ୍ତି ହେବ ପୁରୀ ଶ୍ରୀଗୁଣ୍ଡିଚା ରଥଯାତ୍ରାର ଆକ୍ସନ ପ୍ଲାନ୍ । ୯ ଦିନର ରଥଯାତ୍ରାରେ କରୋନାକୁ ନେଇ ରହିଛି ଅନେକ କିଛି ପ୍ଲନ୍ । ଆସନ୍ତା ୧୭ ରୁ ଅନୁଷ୍ଠିତ ମା’ ବିରଜାଙ୍କ ରଥଯାତ୍ରା ହେବାକୁ ଯାଉଛି ରଥଯାତ୍ରା । ଏହି ରଥଯାତ୍ରା ପାଇଁ ଅନେକ କଟକଣା କରାଯାଇଛି । ଆସନ୍ତା ୧୭ରେ ମା ବିରଜାଙ୍କ ରଥଯାତ୍ରା ପାଇଁ ହାଇକୋର୍ଟ ଜିଲ୍ଲାପାଳଙ୍କୁ ସମ୍ପୂର୍ଣ ଦାୟିତ୍ଵ ନ୍ୟସ୍ତ କରିଛନ୍ତି ।
ଜିଲ୍ଲାପାଳଙ୍କୁ ଏହି ଗୁରୁଦାୟିତ୍ୱ ଦିଆଯାଇଥିବାରୁ ସୂଚାରୁ ରୂପେ ପରିଚାଳନା ପାଇଁ ସମସ୍ତ ପଦକ୍ଷପ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ସେବାୟତଙ୍କ ସଂଖ୍ୟା ୬୦ ରେ ସୀମିତ ରଖିବା ସହ ରଥ ଚାଳନା ପାଇଁ ୧୮ ରଥ ଟାଣିବା ପାଇଁ ୬୦ ଲାଖବିନ୍ଧା କାର୍ଯ୍ୟ ସମ୍ପର୍ଣ ପାଇଁ ୯୯ ଜଣଙ୍କୁ ସ୍ୱୀକୃତି ପ୍ରଦାନ କରାଯିବ. ଏଥିସହ ମାଙ୍କ ମହାସ୍ନାନ ପାଇଁ ୨୦ ଜଣ ବୈତରଣୀ ବ୍ରାହ୍ମଣଙ୍କୁ ନିୟୋଜିତ କରାଯିବ। ଏ ସମସ୍ତ ସେବାୟତଙ୍କ ପାଇଁ କୋଭିଡ ଟେଷ୍ଟ ଅନିର୍ବାଯ୍ୟ । ଏ ସମସ୍ତଙ୍କୁ ସଙ୍ଘରୋଧରେ ରହିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି । ଏଥିସହ ମନ୍ଦିର ଚତୃପାର୍ଶ୍ୱରେ ଏହି ୯ ଦିନ ରଥଯାତ୍ରା ରେ ୧୪୪ ଧାରା ବଳବତ୍ତର ରହିବ ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0