ବ୍ୟୁରୋ ରିପୋର୍ଟ: ଚଳିତ ବର୍ଷ ଅଧିମାସ ପଡିବା କାରଣରୁ ଆସନ୍ତା ଅକ୍ଟୋବର ୧୭ ତାରିଖରୁ ଶାରଦୀୟ ଦୁର୍ଗାପୂଜା ଆରମ୍ଭ ହେବାକୁ ଯାଉଛି । ଆଶ୍ୱିନ ମାସ ଶୁକ୍ଳପକ୍ଷ ପ୍ରତିପଦା ତିଥିରୁ ମା’ଙ୍କର ନବରାତ୍ରୀ ପୂଜା ଆରମ୍ଭ ହୋଇଥାଏ । ନଅରାତ୍ରୀରେ ମା ଦୁର୍ଗାଙ୍କର ନଅଟି ସ୍ୱରୂପକୁ ପୂଜା କରାଯାଇଥାଏ । ନବରାତ୍ରୀରେ ପ୍ରତ୍ୟେକଟି ଦିନ ମା’ ଦୁର୍ଗାଙ୍କର ଅଲଗା ଅଲଗା ସ୍ୱରୂପକୁ ସମର୍ପିତ ହୋଇଥାଏ । ଜ୍ୟୋତିସଶାସ୍ତ୍ର ଅନୁସାରେ, ଚଳିତ ବର୍ଷ ନବରାତ୍ରୀରେ ଏକ ବହୁତ ଶୁଭ ସଂଯୋଗ ହେବାକୁ ଯାଉଛି । ଏହି ଶୁଭ ସଂଯୋଗ ୫୮ ବର୍ଷ ପରେ ହେବାକୁ ଯାଉଥିବା ସୂଚନା ରହିଛି । ଜ୍ୟୋର୍ତିବିଜ୍ଞାନୀଙ୍କ ମତରେ ଦୀର୍ଘ ୫୮ ବର୍ଷ ପରେ ନବରାତ୍ରୀ ସମୟରେ ଶନି ନିଜ ସ୍ୱରାଶି ମକର ଏବଂ ବୃହସ୍ପତ୍ତି ନିଜ ସ୍ୱରାଶି ଧନୁରେ ଅବସ୍ଥାପିତ ହେବେ । ଏଥି ସହିତ ଘଟସ୍ଥାପନା ସମୟରେ ମଧ୍ୟ ବିଶେଷ ସଂଯୋଗ ହେବାକୁ ଯାଉଛି । ଏହି ମହାସଂଯୋଗ ବହୁତ ଲୋକଙ୍କ ଭାଗ୍ୟ ଉଜ୍ୱଳ କରିବାକୁ ଯାଉଛି ।

ନବରାତ୍ରୀର ପ୍ରଥମ ଦିନ ମା’ ଶୈଳପୁତ୍ରୀ ଙ୍କୁ ପୂଜା କରାଯିବା ସହ ମା’ଙ୍କର ଘଟସ୍ଥାପନା କରାଯାଇଥାଏ । ଏହିଦିନ ମାଙ୍କ ପାଖରେ ଅଖଣ୍ଡ ଦ୍ୱୀପ ଜଳାଯାଇଥାଏ । ବିଧିବାଧାନ ପୂର୍ବକ ସମସ୍ତେ ନବରାତ୍ରୀର ବ୍ରତ ଧାରଣ କରିଥାନ୍ତି । ଚଳିତ ବର୍ଷ ଘଟସ୍ଥାପନାର ଶୁଭ ମୁହୁତ୍ତ ର୍ ଶନିବାର ୧୭ ଅକ୍ଟୋବର, ୨୦୨୦ ସକାଳ ୬ଟା ୧୦ ମିନିଟ ସମୟ ଧାର୍ଯ୍ୟ କରାଯାଇଛି । କୌଣସି କାରଣ ବଶତଃ ଏହି ସମୟରେ ଘଟସ୍ଥାପନା କରି ନପାରିଲେ ପୁନଃ ୧୧ଟା ୨ ମିନିଟ୍ ରୁ ୧୧ଟା ୪୯ ମିନିଟ୍ ଭିତରେ ମଧ୍ୟ ଘଟ ସ୍ଥାପନା କରାଯାଇପାରିବ ।

ବାସ୍ତୁଶାସ୍ତ୍ର ଅନୁସାରେ ଘରେ ପୂଜା କରିବାକୁ ଚାହୁଁଥିଲେ ଘରର ଉତ୍ତର-ପୂର୍ବ ଦିଗରେ ପୂଜା କରିବା ଉଚିତ୍ । ସେଥିପାଇଁ ଘରର ଉତ୍ତର-ପୂର୍ବ ଦିଗରେ ଘଟସ୍ଥାପନା କରନ୍ତୁ । ଚୌକି ଉପରେ ଲାଲ ରଙ୍ଗର ବସ୍ତ୍ର ଏବଂ ସୁନ୍ଦୁରରେ ଏକ ସ୍ୱସ୍ତିକ୍ ଚିହ୍ନ କରନ୍ତୁ । ଏହା ପରେ ମା’ ଦୁର୍ଗାଙ୍କ ପ୍ରତିମା ସ୍ଥାପନା କରନ୍ତୁ । ଅଖଣ୍ଡ ଦୀପ ଲଗାଇବା ପରେ ଘଟସ୍ଥାପନା କରନ୍ତୁ । ଚଳିତବର୍ଷ ନବରାତ୍ରର ପ୍ରଥମ ଦିନ ତଥା ଶନିବାର ଦିନ ଅନେକ ସଂଯୋଗ ଘଟିବାକୁ ଯାଉଛି । ରାଜଯୋଗ, ଦିବ୍ୟ ପୁଷ୍କର ଯୋଗ, ଅମୃତ ଯୋଗ, ସର୍ବାର୍ଥ ସିଦ୍ଧି ଯୋଗ ଏବଂ ସିଦ୍ଧି ଯୋଗ ଶାରଦୀୟ ଶନିବାର ହେବାକୁ ଯାଉଛି । ଏହି ଅବସରରେ ମା’ ଦୁର୍ଗାଙ୍କୁ ଲାଲ୍ ବସ୍ତ୍ର, ଫଳ ଏବଂ ପୁଲ ଅର୍ପଣ କରିବା ଦ୍ୱାରା ଅପାର କରୁଣା ମିଳିଥାଏ । ଏହି ଅବସରରେ ଦୁର୍ଗା ସପ୍ତଶତୀ ପାଠ କରିବା ଦ୍ୱାରା ମନୋବାଂଛା ମଧ୍ୟ ପୂର୍ଣ୍ଣ ହୋଇଥାଏ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0