ଦୁବାଇ: ଚଳିତ ବର୍ଷ ଆଇପିଏଲ ସଂସ୍କରଣ-୧୩ର ଆଜି ୩୦ତମ ମ୍ୟାଚ । ଦୁବାଇରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିବା ଲକ୍ଷରେ ପଡିଆକୁ ଓହ୍ଲାଉଛି ଆଜି ରାଜସ୍ଥାନ । ଉଭୟ ଦଳଙ୍କ ପାଇଁ ଆଜିର ମ୍ୟାଚ ଦ୍ୱିତୀୟ ରାଉଣ୍ଡ ମ୍ୟାଚ ହେବାକୁ ଯାଉଛି । ଦିଲ୍ଲୀ ଦଳରେ ଆଜି ଋଷବ ପନ୍ତଙ୍କ ବଦଳରେ ଅଷ୍ଟ୍ରେଲିଆର ୱିକେଟ କିପର ଆଲେକ୍ସ କ୍ୟାରି ଖେଳିବାକୁ ଯାଉଛନ୍ତି । ତେବେ ଚଳିତ ବର୍ଷ ଆଇପିଏଲରେ ଆଜି ପ୍ରଥମଥର ଖେଳିବା ପାଇଁ ଯାଉଛନ୍ତି ଆଲେକ୍ସ କ୍ୟାରି । ଶ୍ରେୟସ ଆୟାରଙ୍କ ନେତୃତ୍ୱାଧିନ ଦିଲ୍ଲୀ କ୍ୟାପିଟାଲ୍ସ ଚଳିତ ବର୍ଷ ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ରହିଛି । ତେବେ ଦଳର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଋଷବ ପନ୍ତ ଆହାତ ପାଇଁ ଆଜିର ମ୍ୟାଚ ଖେଳିବେନି ।
ତାଙ୍କ ବଦଳରେ ଅଷ୍ଟ୍ରେଲିଆ ଦଳର ୱିକେଟ କିପର ଆଲେକ୍ସ କ୍ୟାରି ଆଜିର ମ୍ୟାଚ ଖେଳିବା ପାଇଁ ଯାଉଛନ୍ତି । ରିଷବଙ୍କୁ ଛାଡ଼ି ଦଳରେ ବିସ୍ଫୋରକ ଓପନିଂ ବ୍ୟାଟସମ୍ୟାନ ଭାବେ ଶିଖର ଧାୱନ ଓ ପୃଥ୍ୱୀ ସ’ ରହିଛନ୍ତି । ତେବେ ପୂର୍ବ ମ୍ୟାଚରେ ପୃଥ୍ୱୀ ସ’ ଦମଦାର ବ୍ୟାଟିଂ କରି ଦଳକୁ ଏକ ବିଶାଳ ସ୍କୋର କରିବାରେ ସାହାଯ୍ୟ କରିଥିଲେ । ଅନ୍ୟପଟେ ଦଳର ଦ୍ରୁତ ବୋଲର କାଗିସୋ ରାବାଡ଼ା ଓ ଆନରିଚ୍ ନର୍ଟଜେ ଚମକ୍ରାର ଫର୍ମରେ ଅଛନ୍ତି । ସେହିପରି ଦଳର ସ୍ପିନର ଭାବେ ଅକ୍ଷର ପଟେଲ ମଧ୍ୟ ପୂର୍ବ ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରିଥିଲେ । ଯାହାକି ବିପକ୍ଷ ରାଜସ୍ଥାନ ଦଳକୁ ସୀମିତ ରନ କରିବାରେ ସହାୟକ ହେବ ।
ସେହିପରି ରାଜସ୍ଥାନ ରୟାଲ୍ସ ଦିଲ୍ଲୀ ବିପକ୍ଷ ପୂର୍ବ ମ୍ୟାଚ ପରାସ୍ତ ହୋଇଥିଲା ତେବେ ଆଜି ବିପକ୍ଷ ଦଳକୁ ହରାଇବା ଲକ୍ଷରେ ପଡିଆକୁ ଓହ୍ଲାଉଛି ରାଜସ୍ଥାନ । ଏହି ଦଳରେ ଅଲରାଉଣ୍ଡର ରାହୁଲ ତିୱାତିଆ, ଷ୍ଟିଭ ସ୍ମିତ, ସଞ୍ଜୁୁ ସାମସନ ଓ ଜୋସ ବଟଲରଙ୍କ ଭଳି ବିସ୍ଫୋରକ ବ୍ୟାଟସମ୍ୟାନ ଖେଳୁଛନ୍ତି । ଅନ୍ୟପଟେ ଦ୍ରୁତ ବୋଲର ଜୟଦେବ ଉନାଦକତ ଓ ଜେଫ୍ରା ଆର୍ଚରଙ୍କ ଶ୍ରେଷ୍ଠ ବୋଲର ଦଳରେ ରହିଛନ୍ତି । ଯାହାକି ଦିଲ୍ଲୀ ବିପକ୍ଷ ଆଜିର ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ଜିତିବାରେ ସହାୟକ ହେବ ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0