ମୁମ୍ବାଇ: ଦୀର୍ଘ ୬ ମାସର ବ୍ରେକପରେ ପୁଣ ସୁଟିଙ୍ଗ ସେଟକୁ ଫେରିଛନ୍ତି ଦବଙ୍ଗ ହିରୋ ସଲମାନ ଖାନ । ସଲମାନ ଏବେ ବିଜି ଅଛନ୍ତି ନିଜର ଅପକମିଙ୍ଗ ଫିଲ୍ମ ରାଧେକୁ ନେଇ । ଫିଲ୍ମରେ ନାୟକ ଭୂମିକାରେ ନଜର ଆସିବେ ସଲମାନ ଖାନ ଓ ଖଳନାୟକ ଭାବେ ନଜର ଆସିବେ ରନଦିପ ହୁଡ଼ା ।

ଫିଲ୍ମଟିର ନିଦେ୍ର୍ଦଶନା ଦେଇଛନ୍ତି ବଲିଉଡ଼ର ଚର୍ଚ୍ଚତ ଡ଼୍ୟାନ୍ସ କୋରିଓଗ୍ରାଫର ପ୍ରଭୁଦେବା । ଫିଲ୍ମଟି ଇଦରେ ରିଲିଜ ହେବାକୁ ଥିବା ବେଳେ କରୋନା ପାଇଁ ଏହା ରିଲିଜ ହୋଇପାରିନଥିଲା ।

ଫିଲ୍ମର ମୁଖ୍ୟ ଭୂମିକାରେ ନଜର ଆସିବେ ଦିଶା ପାଟନି , ମେଘା ଆକାଶ, ରଣଦିପ ହୁଡ଼ା ଏବଂ ଜାକି ସଫଙ୍କ ଭଳି ଚର୍ଚ୍ଚିତ ଅଭିନେତା । ପୂର୍ବରୁ ଫିଲ୍ମ ଭାରତରେ ସଲମାନ ଏବଂ ଦିଶାଙ୍କ ଜୋଡ଼ି ଦେଖିବାକୁ ମିଳିଥିଲା ।

ସେହିପରି ଭାବେ ଫିଲ୍କ କିକ ଓ ସୁଲତାନରେ ଏକାଠି କାମ କରି ନଜର ଆସିଥିଲେ ରନଦିପ ହୁଡ଼ା ଏବଂ ସଲମାନଖାନ । ପୂର୍ବରୁ ପ୍ରଭୁ ଦେବା ସଲମାନଙ୍କ ଫିଲ୍କ ୱାଣ୍ଟେଡ଼ ଓ ଦବଙ୍ଗ ୩ ଚଳଚିତ୍ରରେ ମଧ୍ୟ ନିଦେ୍ର୍ଦଶନା ଦେଇଛନ୍ତି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0