ବ୍ରହ୍ମପୁର: ୭ଟି ବାର୍ଦହାଙ୍କ ଗଳିତ ମୃତଦେହ ଉଦ୍ଧାର କଲା ବନ ବିଭାଗ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ନିକଟରେ । ମୃତ ବାରିଭହା ଗୁଡ଼ିକ ମଧ୍ୟରୁ ୨ଟି ଅଣ୍ତିରା ଓ ୫ଟି ମାଈ ରହିଥିବା ଜଣାପଡ଼ିଛି । ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ବାରିରହା ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି କହିଛି ବନବିଭାଗ । କେଉଁ ପରିସ୍ଥିତିରେ ବାର ଆହା ଜଙ୍ଗଲରୁ ଆସି କିଆ ବୁଦାରେ ରହିଲେ ତାହା ଉପରେ ବନବିଭାଗ ସବିଶେଷ ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ଫସଲ ନଷ୍ଟ କରୁଥିବା କାରଣରୁ ଯୋଜନାବଦ୍ଧ ଭାବେ ବାରମ୍ହା ଗୁଡ଼ିକୁ ବିଷ ଦେଇ ମାରି ଦିଆ ଯାଇଥିବା ସନ୍ଦେହ କରୁଛି ବନ ବିଭାଗ।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0