spot_img

କଙ୍ଗନାଙ୍କ ନାଁରେ ମାମଲା ରୁଜୁ କଲା କର୍ଣ୍ଣାଟକ ପୁଲିସ

ମୁମ୍ବାଇ: ନିଜର ବେବାକୀ ମନ୍ତବ୍ୟକୁ ନେଇ କଙ୍ଗନା ସାରା ଦେଶରେ ବେଶ ପରିଚିତ । ତେବେ ବର୍ତ୍ତମାନ ପୁଣି କଙ୍ଗନା ଆଉ ଗୋଟେ ବିବାଦରେ ଛନ୍ଦି ହୋଇଯାଇଛନ୍ତି । କିଛି ଦିନ ପୂର୍ବରୁ କୃଷି ଆଇନକୁ ବିରୋଧ କରି ଆନେ୍ଦାଳନ କରୁଥିବା କୃଷକଙ୍କୁ କଙ୍ଗନା ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ । ତେବେ ତାଙ୍କ ମନ୍ତବ୍ୟକୁ ଆଧାର କରି କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ତୁମାକୁର ଜେଏମଏଫସି କୋର୍ଟ କର୍ଣ୍ଣାଟକ ପୁଲିସକୁ ନିର୍ଦେଶ ଦେଇଛନ୍ତି । ତେବେ ଏ ଖବର ଗଣମାଧ୍ୟମରେ ପ୍ରସାରିତ ହେବା ପରେ ସାରା ଦେଶରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular