ଢ଼େଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଭୁବନ ସୁରପ୍ରତାପପୁର ଗାଁରେ ଏଭଳି ଦୁଃଖଦ ଘଟଣା ଘଟିଛି। ଛାତ ଉପରେ ଲୁଗା ଶୁଖାଇବା ବେଳେ ମାଆ–ପୁଅ ବିଦ୍ୟୁତ ତାର ସସ୍ପର୍ଶରେ ଆସିଥିଲେ। ମାଆ ସାମ୍ନାରେ ପୁଅର ଜୀବନ ଚାଲିଗଲା।
ବିଦ୍ୟୁତ ଆଘାତ ଯୋଗୁଁ ମାଆ ସମ୍ମୁଖରେ ଛଟପଟ ହୋଇ ଚାଲିଗଲା ପୁଅର ଜୀବନ। ପୁଅକୁ ଉଦ୍ଧାର କରିବାକୁ ଯାଇ ମାଆ ଗୁରୁତର। ଏହି ଗ୍ରାମର ତାଳସାହିର ମୁନ୍ନା ସାମଲ ନାମକ ଜଣେ ଯୁବକ ଆଜି ସକାଳେ ଗାଧୋଇ ସାରି ନିଜ ଘର ଛାତ ଉପରକୁ ଗାମୁଛା ଶୁଖାଇବା ବେଳେ ବିଦ୍ୟୁତ ଆଘାତ ପାଇଥିଲେ।
ପୁଅ ଚିତ୍କାର ଶୁଣି ମାଆ ଖୋକି ସାମଲ ଦୌଡି ଆସି ପୁଅକୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ପରିବାର ଲୋକେ ମାଆ–ପୁଅଙ୍କୁ ଗୁରୁତର ଅବସ୍ଥାରେ ଭୁବନ ଡାକ୍ତରଖାନରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ପୁଅକୁ ମୃତ ଘୋଷଣା କରିଥିଲେ।



Visitors Today : 0
Total Visitors : 130429
Total Views : 9891960
Visitors Online Now : 0