ମୁମ୍ବାଇ: ଚଳିତ ବର୍ଷ ଭାରତୀୟ ରାଜରାସ୍ଥାରେ ଇଲେକଟ୍ରିକ ଯାନର ଗଡିବାକୁ ନେଇ ସରକାର ବଡ ନିଷ୍ପତି ନେଇଥିବାର ସୂଚନା ମିଳିଛି । ଅନ୍ୟପଟେ ଦେଶର ବଡ ବଡ ରାଜପଥ ଓ ଏକ୍ସପେସ ୱେ ଗୁଡିକରେ ଇଲେକ୍ଟ୍ରି ଯାନ ଚାର୍ଜିଂର ସ୍ଥାପନ ପାଇଁ କେନ୍ଦ୍ର ସରକାର ବିଭିନ୍ନ କମ୍ପାନି ମାନଙ୍କୁ ନିର୍ଦେଶ ଦେଇଛନ୍ତି । ସେହିପରି ସରକାର ଦ୍ୱିତୀୟ ପର୍ଯ୍ୟାୟରେ ଫେମ ଯୋଜନାକୁ ୨୦୧୯ ଏପ୍ରିଲ ପହିଲାରୁ ୩ ବର୍ଷ ପର୍ଯ୍ୟନ୍ତ ଅନୁମୋଦନ କରିସାରିଛନ୍ତି । ତେବେ ଏହି ଫେମ ଇଣ୍ଡିଆ ଯୋଜନାରେ ସରକାର ପୁଞ୍ଜି ଲଗାଇ ଇଲେକଟ୍ରନିକ ଯାନ ଚାର୍ଜିଂର ମୌଳିକ ଢାଞ୍ଚା ବିକାଶରେ ସହାୟତା କରିବାକୁ ଚାହୁଁଥିବାର ସୂଚନା ମିଳିଛି । ଏପରି କରିବା ଦ୍ୱାରା ଭାରତୀୟ ରାଜରାସ୍ଥାରେ ଖୁବଶୀଘ୍ର ଇଲେକଟ୍ରିକ ଯାନ ଦେଖିବା ପାଇଁ ମଳିବ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0