spot_img

ଦୁର୍ଦ୍ଦାନ୍ତ ଅପରାଧୀ ସୁଧୀର ସ୍ବାଇଁ ଗିରଫ

କଟକ: ଦୁର୍ଦ୍ଦାନ୍ତ ଅପରାଧୀ ସୁଧୀର ସ୍ବାଇଁ ଗିରଫ। ଚାଉଳିଗଞ୍ଜ ପୋଲିସ୍‌ ତାକୁ ଗିରଫ କରିଛି। ସୁଧରୀଠାରୁ ୫ଟି ବନ୍ଧୁକ, ୫୦ ରାଉଣ୍ଡ ଅଫୁଟା ଗୁଳି ଏବଂ ୮ଟି ମୋବାଇଲ ଜବତ କରି ପୋଲିସ୍। ସୁଧରୀ ସମେତ ଗ୍ୟାଙ୍ଗର ଅନ୍ୟ ୩ ଜଣଙ୍କ ମଧ୍ୟ ଗିରଫ ହୋଇଛନ୍ତି। ଗିରଫ ୩ ଅଭିଯୁକ୍ତ ହେଲେ ସମ୍ବିତ ନାଏକ, ମୁନା ଓରଫ ମନୋଜ ବେହେରା ଓ ପ୍ରଭାକର ବେହେରା। ମିଳିଥିବା ସୂଚନା ମୁତାବକ, ନିମେଇସାପୁର ଅଞ୍ଚଳର ଦୁର୍ଦ୍ଦାନ୍ତ ଅପରାଧୀ ତପୁ ପାଇଁ ସୁଧୀର କାମ କରୁଥିଲା। ସୁଧୀର ସାର୍ପସୁଟର ଭାବେ ତପୁ ପାଇଁ କାମ କରୁଥିଲା।

ସୁଧୀର ୨୦୧୦ ମସିହା କଟକ ନୂଆପଡାଠାରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିଥିବା ଅଭିଯୋଗ ରହିଛି। କଟକର ବିଭିନ୍ନ ଥାନାରେ ତାଙ୍କ ନାଁରେ ୨୦ ଅଧିକ ଅପରାଧିକ ମାମଲା ରହିଛି। ତେବେ ଗତକିଛି ଦିନ ହେବ ସୁଧୀର ବନ୍ଧୁକ କାରବାରରେ କରୁଥିବା ଖବର ପାଇବା ପରେ ସୁଧୀରକୁ ଗିରଫ କରିବା ପାଇଁ ଜାଲ ବିଛାଇଥିଲା ପୋଲିସ। ତେବେ ପୋଲିସ ଗ୍ରାହକ ସାଜି ବନ୍ଧୁକ କିଣିବା ସମୟରେ ସୁଧରୀକୁ ଗିରଫ କରିଥିଲା।

LEAVE A REPLY

Please enter your comment!
Please enter your name here

- Advertisment -

Most Popular