spot_img

ଲଢେଇ ଲାଗି ପ୍ରସ୍ତୁତ ହେଉଛି ଚୀନ

ବ୍ୟୁରୋ ରିପୋର୍ଟ: ଉଭୟ ଭାରତ ଓ ଆମେରିକା ସହିତ ଚୀନର ବିବାଦ ଲାଗିରହିଛି । କେତେବେଳେ ବି କୌଣସି ଅଘଟଣ ଘଟିପାରେ, ତେଣୁ ସଜାଗ ରହିବା ପାଇଁ ଚୀନ ସେନାକୁ ଆହ୍ୱାନ ଦେଇଛନ୍ତି ରାଷ୍ଟ୍ରପତି ସି-ଜିନପିଙ୍ଗ୍ । ଚୀନର ଗୁଆଙ୍ଗଡଙ୍ଗ୍ ଗସ୍ତରେ ଯାଇ ନୌସେନାର ଯବାନମାନଙ୍କୁ ଜିନପିଙ୍ଗ ଭେଟିବା ସହ ରଣନୀତି ସମୀକ୍ଷା କରିଛନ୍ତି । ଏକ ସମୟରେ ଏକାଧିକ ଦେଶ ସହ ଲଢେଇ କରିବାକୁ ପ୍ରସ୍ତୁତ ରହିବା ପାଇଁ କହିଛନ୍ତି ଜିନପିଙ୍ଗ୍ । ସେପଟେ ତାଇୱାନକୁ ଆମେରିକା ଯୁଦ୍ଧାସ୍ତ୍ର ଯୋଗାଇ ଦେବା ନେଇ ଜିନପିଙ୍ଗ ଆମେରିକାକୁ ଚେତାବନୀ ଦେଇଛନ୍ତି । ତାଇୱାନ ସହିତ ଚୀନର ବିବାଦ ଚରମରେ ପହଂଚି ଥିବା ବେଳେ ଆମେରିକା ତାଇୱାନକୁ ସହାୟତା କରିବାକୁ ଆଗେଇ ଆସିଛି, ଯାହାକୁ ଚୀନ ହଜମ କରିପାରୁନି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular