ବାଲେଶ୍ଵର: ଭାରସାମ୍ୟ ହରାଇ ଓଲଟିଲା ଆମ୍ବୁଲାନ୍ସ । ଅଳ୍ପକେ ବର୍ତ୍ତିଲେ ୪ ରୋଗୀ। ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ୬୦ନଂ ଜାତୀୟ ରାଜପଥ ନଳବାହାରଠାରେ ଏଭଳି ଏକ ଅଘଟଣ ଘଟିଛି । ପଶ୍ଚିମବଙ୍ଗରୁ କଟକ ଯାଉଥିବା ଆମ୍ବୁଲାନ୍ସ ନଳବାହାରଠାରେ ଭାରସାମ୍ୟ ହରାଇ ଓଲଟି ପଡିଥିବା ବେଳେ ସେଥିରେ ଚାରି ଜଣ ରୋଗୀ ରହିଥିଲେ । ତେବେ ସ୍ଥାନୀୟ ଲୋକମାନଙ୍କ ସହାୟତାରେ ସମସ୍ତଙ୍କୁ ଗାଡ଼ି ଭିତରୁ ବାହାର କରାଯାଇଥିବା ବେଳେ ସମସ୍ତେ ସୁସ୍ଥ ରହିଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0