ମୁମ୍ବାଇ: ଜୀବନ ଏବଂ ମୃତ୍ୟୁ ସହ ସଂର୍ଘଷ କରୁଛନ୍ତି ବଲିଉଡ଼ର ଚର୍ଚ୍ଚିତ ଅଭିନେତା ଫରାଜ ଖାନ । ସୂଚନା ଅନୁସାରେ ଫରାଜଙ୍କୁ ମସ୍ତିଷ୍କ ସଂକ୍ରମଣ ଏବଂ ନିମୋନିଆ ହୋଇଥିବା ଜଣାପଡ଼ିଛି । ସେ ଏବେ ବେଙ୍ଗଲୁରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହେଉଛନ୍ତି । କିନ୍ତୁ ତାଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ।

ଏନେଇ ଅଭିନେତ୍ରୀ ପୁଜା ଭଟ୍ଟ ନିଜର ସୋସିଆଲ ମିଡ଼ିଆରେ ଫରାଜଙ୍କୁ ସାହାର୍ଯ୍ୟ କରିବା କଥା ସେୟାର କରିଥିଲେ । ପୂଜାଙ୍କ ଟ୍ୱିଟ ପରେ ଫରାଜଙ୍କୁ ସାହାର୍ଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି ବଲିଉଡ ଅଭିନେତା ସଲମାନ ଖାନ । ସାହାର୍ଯ୍ୟ କରିବାକୁ ଯାଇ ସଲମାନ ଫରାଜଙ୍କ ମେଡ଼ିସିନ ବିଲ ପେମେଣ୍ଟା କରିଥିବା କଥା ଅଭିନେତ୍ରି କଶମିରା ଶାହା ସୂଚନା ଦେଇଛନ୍ତି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0