spot_img

ବିଷାକ୍ତ କରଡ଼ି ଖାଇ ୩ ଭାଇ ଭଉଣୀ ମୃତ

ମାଲକାନଗିରି : ବିଷାକ୍ତ କରଡ଼ି ଖାଇ ଖାଇ ୩ ଭାଇ ଭଉଣୀ ମୃତ୍ୟୁ ବରଣ କରିଛନ୍ତି। ସେହିପରି ମା’ ଓ ଅନ୍ୟ ଜଣେ ଝିଅ ଗୁରୁତର ଅଛନ୍ତି। ମାଲକାନଗିରି ଜିଲ୍ଲା କଚେଲି ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା।
ଉଭୟ ମା’ ଓ ଝିଅ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ମୃତକ ମାନେହେଲେ ସୁକାନ୍ତି ମାଡ଼ି ୧୨ ,ସୀତାରାମ ମାଡ଼ି ୭, ଅଞ୍ଜଳି ମାଡ଼ି ୩। ଗୁରୁତର ଅବସ୍ଥାରେ ମା’ ଭିମେ ମାଡି ଓ ୩ ବର୍ଷର ମାଳତୀ ମାଡି ଏବେ ଚିକିତ୍ସିତ ହେଉଛନ୍ତି।
ଖବର ପାଇ କଚେଲି ଗାଁରେ ଡାକ୍ତରୀ ଟିମ ପହଞ୍ଚି ଚିକିତ୍ସା ଅରମ୍ଭ କରିଛି। ବିଷାକ୍ତ ଖାଦ୍ୟ ଖାଇବା ଯୋଗୁ ଏଭଳି ଝଡା ବାନ୍ତି ହେବା ସହ ମୃତ୍ୟୁ ହୋଇଥିବା ଅନୁମାନ କରୁଛି ଡାକ୍ତରୀ ଟିମ। ଏହି ଘଟଣା ପରେ ସେହି ଗାଁ ରେ ଶୋକାକୁଳ ପରିବେଶ କେଳିଯାଇଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular