ଗଞ୍ଜାମ : ଭିଜିଲାନ୍ସ ଜାଲରେ କୋଟିପତି ସାର୍ । ଜଣେ ହିନ୍ଦୀ ଶିକ୍ଷକଙ୍କ ଠାରୁ ୫ କୋଟି ଟଙ୍କାର ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ । ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ଝାଣ୍ଡନକୁଲି ଯଶୋଦା ହାଇସ୍କୁଲର ଶିକ୍ଷକ ଦୀନବନ୍ଧୁ ସାହୁଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିଲା । ଏହି ସମୟରେ ମୋଟ ୪ କୋଟି ୯୩ ଲକ୍ଷ ୯୭ ହଜାର ୨୪୪ ଟଙ୍କାର ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ । ଭିଜିଲାନ୍ସ ଟିମ୍ ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ କରି ଏହି ସମ୍ପତ୍ତି ଠାବ କରିଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0