ଅକଲାଣ୍ଡ: ନ୍ୟୁଜଲାଣ୍ଡ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଜନ ରିଡଙ୍କ ପରଲୋକ ଘଟିଛି । ମୃତ୍ୟୁ ସମୟରେ ତାଙ୍କୁ ୯୨ ବର୍ଷ ହୋଇଥିବାର ସୂଚନା ମିଳିଛି । ତେବେ ରିଡ଼ ୫୦ ଦଶକରେ ଜଣେ ପ୍ରସିଦ୍ଧ ଅଲରାଉଣ୍ଡର ଭାବେ ବେଶ ପରିଚିତ ଥିଲେ । ଅଲରାଉଣ୍ଡର ଭାବରେ ରିଡ ୩୪ଟି ଟେଷ୍ଟ ମ୍ୟାଚରେ ଦଳର ନେତୃତ୍ୱ ନେଇଥିଲେ । ଜନ ରିଡଙ୍କ ମୃତ୍ୟୁ ଖବର ଶୁଣି ସାରା କ୍ରିକେଟ ଜଗତରେ ଶକର ଛାୟା ଖେଳି ଉଠିଥିଲା । ସୂଚନା ଅନୁସାରେ, ଅକଲାଣ୍ଡ୍ରେ ଜନ୍ମିତ ରିଡ୍ ୱେଲିଙ୍ଗଟନ୍ରେ ପାଠ ପଢ଼ିଥିଲେ। ସେ ନିଜ କ୍ୟାରିୟରରେ ୨୪୬ଟି ପ୍ରଥମଶ୍ରେଣୀ ମ୍ୟାଚ୍ ଖେଳି ୧୬, ୧୨୮ ରନ୍ କରିଥିଲେ। ଏଥିରେ ୩୯ଟି ଶତକ ରହିଥିଲା। ଏହାବାଦ୍ ସେ ୪୬୬ଟି ୱିକେଟ୍ ହାସଲ କରିଥିଲେ। ୧୯୪୯ରେ ୧୯ ବର୍ଷ ବୟସରେ ଜନ୍ ରିଡ୍ ନିଜ ଅନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିୟର ଆରମ୍ଭ କରିଥିଲେ । ଡାହାଣହାତୀ ବ୍ୟାଟସମ୍ୟାନ୍ ଓ ଦ୍ରୁତ ବୋଲର ଭାବେ ବେଶ ପରିଚିତ ଥିଲେ ଜନ୍ ରିଡ୍ । ସେ ୫୮ଟି ଟେଷ୍ଟ ଖେଳି ୩୪୨୮ ରନ୍ ସଂଗ୍ରହ କରିବା ସହ ୮୫ଟି ୱିକେଟ୍ ହାସଲ କରିଥିଲେ। ଜନ୍ ଟେଷ୍ଟରେ ୬ଟି ଶତକ ହାସଲ କରିଥିଲେ। ତେବେ୧୯୬୫ରେ ସେ କ୍ରିକେଟରୁ ସନ୍ନ୍ୟାସ ଗ୍ରହଣ କରିଥିଲେ ।



Visitors Today : 0
Total Visitors : 130169
Total Views : 9891615
Visitors Online Now : 0